ରାଜ୍ୟସଭା ପାଇଁ ବିଜେପି ଦେବ ୩ ପ୍ରାର୍ଥୀ । ୫ ତାରିଖରେ ବିଜେପିର ୩ ପ୍ରାର୍ଥୀ ଭରିବେ ନାମାଙ୍କନ । ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ଡାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି । ୩ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ରରେ ବିଧାୟକଙ୍କ ଦସ୍ତଖତ ନିଆଯାଇଛି । ନାମାଙ୍କନ ସମୟରେ ଉପସ୍ଥିତ ରହିବାକୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ସୂଚନା ଯୋଗ୍ୟ; ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଏହି ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକବର୍ଦ୍ଧନ ସିଂହଦେଓଙ୍କ ସମେତ ସମସ୍ତ ବିଧାୟକମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ରାଜ୍ୟସଭା ନିର୍ବାଚନ ନେଇ ଆଲୋଚନା ହୋଇଥିଲା । ହୋଲି ପରଦିନ ଅର୍ଥାତ୍ ରାଜ୍ୟସଭା ନିର୍ବାଚନର ନାମାଙ୍କନ ଦାଖଲର ଶେଷ ଦିନରେ ବିଜେପି ସମର୍ଥିତ ତିନି ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡିଛି। ତେବେ ଏ ଯାଏ ଦଳ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିନାହିଁ । ଖୁବଶୀଘ୍ର ସଂସଦୀୟ ବ୍ୟାପାର କମିଟି ନିଷ୍ପତ୍ତି ନେବ । ଅନ୍ୟପକ୍ଷରେ ଆଜି ବିଜେପି ମୋଟ ୧୬ଟି ନାମାଙ୍କନ ଫର୍ମ କିଣିଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହିତ ୫ ଜଣ ବିଧାୟକ ଯାଇ ବିଧାନସଭାରୁ ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ପତ୍ରର ୧୬ଟି ସେଟ୍ କିଣିଛନ୍ତି । Post navigation US-Israel-Iran War: ମଧ୍ୟପ୍ରାଚ୍ୟରେ ଯୁଦ୍ଧ; ଶାନ୍ତି ପାଇଁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି