ନିର୍ଭୟ ମିଡିଆ : ନୂଆଦିଲ୍ଲୀ

ଓଡ଼ିଶାର ୪ ଆସନ ପାଇଁ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ । ମନୋନୟନ ପତ୍ର ଦାଖଲ ସରିଛି । ଭାଜପା ପକ୍ଷରୁ ମନମୋହନ ସାମଲ ଏବଂ ସୁଜିତ କୁମାର, ଭାଜପା ସମର୍ଥନରେ ସାଧୀନ ପ୍ରାର୍ଥୀ ଦିଲୀପ ରାୟ ମଇଦାନରେ । ବିଜୁ ଜନତା ଦଳ ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲାବେଳେ କମନ ପ୍ରାର୍ଥୀ ଭାବେ ବିଜେଡି ଓ କଂଗ୍ରେସ ସାମ୍ବାକୁ ଆଣିଛନ୍ତି ଡ ଦରେଶ୍ୱର ହୋତାଙ୍କୁ । ବଡ଼ ସୂଚନା ହେଉଛି ଓଡ଼ିଶାର ରାଜ୍ୟ ସଭା ନିର୍ବାଚନ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ରହିଛି ନଜର । ଆଇବିକୁ ମଧ୍ୟ କୁହାଯାଇଛି ଯେ ନିୟମିତ ପରିସ୍ଥିତିକୁ ନେଇ ସୂଚନା ଦେବାକୁ ।

ପ୍ରଧାନମନ୍ତ୍ରୀ ଓଡ଼ିଶା ଉପରେ ସବୁବେଳେ ଗୁରୁତ୍ଵ ଦେଇ ଆସିଛନ୍ତି । ପ୍ରଥମ ଥର ପାଇଁ ରାଜ୍ୟରେ ଭାଜପା ସରକାର ଥିଲାବେଳେ ଏବେ ରାଜ୍ୟ ସଭାର ତିନୋଟି ଆସନ ଅକ୍ତିଆର ପାଇଁ ଭାଜପାର ଯୋଜନା ରହିଛି । ସୂଚନାନୁସାରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ରାଜ୍ୟ ସଭା ନିର୍ବାଚନକୁ ନେଇ କିଛି ଗୁରୁତ୍ଵପୂର୍ଣ୍ଣ ଖବର ପହଞ୍ଚିଛି । କୁହାଯାଉଛି ଯେ, ଭାଜପାର କିଛି ନେତା ନିର୍ବାଚନରେ ଗଡ଼ବଡ଼ କରିପାରନ୍ତି । ତେଣୁ ପିଏମଓ ଏହି ଘଟଣାକୁ ନଜରରେ ରଖୁଛନ୍ତି ଯେ, କିଏ ସେହି ଭାଜପା ନେତା ଏବଂ କାହାର ପ୍ରରୋଚନାରେ ଦଳ ବିରୋଧରେ ଯିବାକୁ ଯୋଜନା ରଖୁଛନ୍ତି ବିଧାୟକମାନେ । ଏଥିପାଇଁ ଆଇବିକୁ ଆକ୍ଟିଭ କରାଯାଇଛି, ଆଉ କିଛି ସୂତ୍ର ମଧ୍ୟ ଘଟଣା ଉପରେ ରଖୁଛନ୍ତି ନଜର ।

By Nirvay

Leave a Reply

Your email address will not be published. Required fields are marked *