ଗୁଜରାଟ ଭୁଜ୍ରେ ଯୋଦ୍ଧାଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ। ଭୁଜ୍ ଏୟାରବେସ୍ରେ ବାୟୁସେନା ଯୋଦ୍ଧାଙ୍କୁ ଭେଟି କଥାବାର୍ତ୍ତା ହୋଇଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।ବାୟୁସେନା ଯୋଦ୍ଧାଙ୍କ ସହିତ କଥା ହୋଇ ବୀରତ୍ବକୁ ସଲାମ କରିଥିଲେ । ଭୁଜ୍ ଏୟାରବେସ୍କୁ ଉଡ଼ାଇଥିବା ଦାବି କରିଥିଲା ପାକିସ୍ତାନ । ଆଜି ଯବାନଙ୍କୁ ଭେଟି ରାଜନାଥ ସିଂହ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଆତଙ୍କୀ ଲଢେଇରେ ଆପଣମାନେ ଟ୍ରେଲର ଦେଖିଛନ୍ତି, ଏବେ ଫିଲ୍ମ ବାକି ରହିଛି । ବ୍ରହ୍ମୋସ ମିସାଇଲର ତାକତକୁ ପାକିସ୍ତାନ ସ୍ବୀକାର କରିସାରିଛି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭୁଜ ଏୟାରବେସ୍ ପାକିସ୍ତାନ ବିପକ୍ଷ ବିଜୟରେ ସର୍ବଦା ସାଥି । ୧୯୬୫ ଓ ୧୯୭୧ରେ ଆମେ ଏହା ଦେଖିଥିଲେ । ଅପରେସନ ସିନ୍ଦୂରରେ ମଧ୍ୟ ଆମେ ପୁଣିଥରେ ଦେଖିଲୁ । ଆତଙ୍କବାଦୀ ବିରୋଧୀ ଲଢ଼େଇର ନେତୃତ୍ବ ନେଉଛି ବାୟୁସେନା । ଏଠୁ ଉଡ଼ାଣ ଆରମ୍ଭ କରି ଲଢ଼ୁଆ ବିମାନ ପରାକ୍ରମ ଦେଖାଇଛି । ସାରା ବିଶ୍ବକୁ ଭାରତ ମଧ୍ୟ ଏହାଦ୍ବାରା ବାର୍ତ୍ତା ଦେଇଛି । ବ୍ରହ୍ମୋସ ମିଜାଇଲ୍ ତାକତକୁ ତ ପାକିସ୍ତାନ ସ୍ବୀକାର କରିସାରିଛି ।ବ୍ରହ୍ମୋସ ଘନ ଅନ୍ଧକାର ମଧ୍ୟରେ ପାକିସ୍ତାନକୁ ଆଲୋକ ଦେଖାଇଛି । ଏଣିକି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଚମକ ଦେଖାଇଛି । ସେ ଆଉ ମଧ୍ୟ କହିଛନ୍ତି ଅନ୍ତର୍ଜାତୀୟ ମୂଦ୍ରା ପାଣ୍ଠିରୁ ଅର୍ଥ ଆଣି ପାକିସ୍ତାନ ଆତଙ୍କବାଦୀଙ୍କୁ ଦେଉଛି । ତେଣୁ IMF ତାର ନିଷ୍ପତ୍ତି ପୁନର୍ବିଚାର କରିବା ଦରକାର । ୧୪ କୋଟି ଟଙ୍କା କୁଖ୍ୟାତ ମାସୁଦ ଅଜହରକୁ ପ୍ରଦାନ କରିଛି । ଆମେ ପାକିସ୍ତାନକୁ ପରୀକ୍ଷାରେ ରଖିଛୁ । ଯଦି ଏହାର ଆଚରଣରେ ଉନ୍ନତି ଆସେ, ତେବେ ଠିକ୍ । ନଚେତ୍, ପାକିସ୍ତାନକୁ କଠୋରତମ ଦଣ୍ଡ ଦିଆଯିବ । Post navigation କାରରୁ ମିଳିଲା JEଙ୍କ ସନ୍ଦେହଜନକ ମୃତଦେହ ଆତଙ୍କବାଦୀ ମସୁଦ ଅଜହର ପରିବାରକୁ ମିଳିବ ୧୪ କୋଟି ସହାୟକ ରାଶି