ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ଭେଟିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ପହଲଗାମ ଆକ୍ରମଣକୁ ଦୃଷ୍ଟିରେ ରଖି ଆଜି ଏକ ବଡ଼ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ-ପ୍ରତିରକ୍ଷା ମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛୁ ଯେଉଁଥିରେ ପହଲଗାମ୍ ଆତଙ୍କୀ ହାମଲାକୁ ନେଇ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହା ସହ ସୁରକ୍ଷା ସମ୍ପର୍କିତ ହୋଇପାରେ ବଡ଼ ଧରଣର ନିଷ୍ପତ୍ତି ହୋଇପାରେ ବୋଲି ଜଣାପଡିଛି । ଏହାପୂର୍ବରୁ ଗତକାଲି CDS ଜେନେରାଲ୍ ଅନୀଲ ଚୌହାନ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଥିଲେ ରାଜନାଥ। ଜମ୍ମୁ-କଶ୍ମୀରର ପହଲଗାମରେ ଗତ ୨୨ ତାରିଖ ଦିନ ଆତଙ୍କବାଦୀ ଘଟଣା ପରେ ସାରା ଦେଶରେ ଲୋକଙ୍କ ମଧ୍ୟରେ କ୍ରୋଧ ରହିଛି। ଅନ୍ୟପକ୍ଷରେ ଲଗାତାର ୪ରାତି ଦିନ ହେବ ସୀମାରେ ପାକିସ୍ତାନର ଗୁଳିମାଡ଼ କରୁଛି। ଭାରତୀୟ ସେନା ପକ୍ଷରୁ ଏହା ମୁହଁତୋଡ଼ ଜବାବ ମଧ୍ୟ ଦିଆଯାଉଛି। Post navigation ଆତଙ୍କବାଦୀ ବିରୋଧ ଲଢ଼େଇରେ ପୁରା ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ସହ ଅଛନ୍ତି: ମନମୋହନ ସାମଲ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ବ୍ୟାନ