ଲକ୍ଷ୍ନୌରେ ବହ୍ମୋସ୍ ମିସାଇଲ ନିର୍ମାଣ ପାଇଁ ବିଶାଳ ୟୁନିଟ ଉଦଘାଟିତ । ଭିଡିଓ କନଫେରେନ୍ସରେ ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ୨ ଶହ ଏକର ଜମି ଓ ୩ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ । ୪୦ ମାସ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ ଶେଷ ହେବ । ବର୍ଷକୁ ନିର୍ମାଣ କରିବ ୧୦୦ ବ୍ରହ୍ମୋସ ମିସାଇଲ୍ । ଏହା ହେଉଛି ଦେଶର ଦ୍ୱିତୀୟ ବିଶାଳ ଉତ୍ପାଦନ କେନ୍ଦ୍ର । ଏହା ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେବ । ନୂତନ ଭାବରେ ଆରମ୍ଭ ହୋଇଥିବା ଏରୋସ୍ପେସ୍ ଇଣ୍ଟିଗ୍ରେସନ୍ ଏବଂ ପରୀକ୍ଷଣ ସୁବିଧା କ୍ଷେପଣାସ୍ତ୍ରଗୁଡ଼ିକର ସମାବେଶ ଏବଂ ପରୀକ୍ଷଣ ତଦାରଖ କରିବ, ଯାହା ଉଚ୍ଚମାନର ଉତ୍ପାଦନ ସୁନିଶ୍ଚିତ କରିବ। ବ୍ରହ୍ମୋସ ୨୯୦ ରୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବାର ସାମର୍ଥ୍ୟ ରଖେ ଏବଂ ଏହାର ଗତି ୨.୮ ସ୍ପିଡରେ ପହଞ୍ଚିଥାଏ । ‘ଫାୟାର ଆଣ୍ଡ୍ ଫରଗେଟ୍’ ସିଷ୍ଟମରେ କାମ କରି ସ୍ଥଳ,ଜଳ ଏବଂ ଆକାଶରୁ ମଧ୍ୟ ଏହାକୁ ଲଞ୍ଚ୍ କରାଯାଇପାରିବ । ଉଦଘାଟନ କରି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ବ୍ରହ୍ମୋସ କଥା ଯଦି କହିବା ତା’ହେଲେ ଦୁନିଆର ସବୁଠାରୁ ଶକ୍ତିଶାଳୀ ସୁପରସୋନିକ କ୍ରୁଜ୍ ମିସାଇଲ୍ ମଧ୍ୟରୁ ଗୋଟିଏ ହେଉଛି ବ୍ରହ୍ମୋସ । କିନ୍ତୁ ଏହା କେବଳ ଏକ ହତିଆର ନୁହେଁ , ଏକ ସନ୍ଦେଶ, ଆମ ସଶସ୍ତ୍ର ସେନାର ଶକ୍ତି , ଶତ୍ରୁ ପ୍ରତି ଆମର ପ୍ରତିରୋଧ କ୍ଷମତା ଏବଂ ସୀମାର ରକ୍ଷା ପାଇଁ ଆମର ପ୍ରତିବଦ୍ଧତାର ସନ୍ଦେଶ ଦିଏ ବଳଶାଳୀ ବ୍ରହ୍ମୋସ । Post navigation ଟ୍ରମ୍ପ୍ଙ୍କ ଅସ୍ତ୍ରବିରତି ଘୋଷଣା ଟ୍ବିଟ୍; କାଶ୍ମୀର ପ୍ରସଙ୍ଗ ଅନ୍ତର୍ଜାତୀୟକରଣ କରିବାକୁ ଉଦ୍ୟମ ହୋଇଛି: ସଚିନ ପାଇଲଟ୍ ଆଜି ଭୁବନେଶ୍ୱରରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରି