ନୂଆପଡ଼ାରେ ଉପନିର୍ବାଚନ ପାଇଁ ରାଜନୀତି ଏବେ ସରଗରମ ହେବାରେ ଲାଗିଛି । ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ । ବିଜେପି ସମର୍ଥିତ ପ୍ରାର୍ଥୀ ଜୟ ଢୋଲକିଆ ତଥା ପୁଅଙ୍କ ସପକ୍ଷରେ ଘର ଘର ବୁଲି ଭୋଟ ମାଗୁଛନ୍ତି କଳ୍ପନା । ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ନୂଆପଡ଼ା ବିଧାନସଭା କ୍ଷେତ୍ରରୁ ଚାରି ଥର ବିଧାୟକ ଥିଲେ । ସେ ନେଇ ଜୟଙ୍କ ପ୍ରତି ଲୋକଙ୍କ ସହାନୁଭୂତି ରହିଛି । ଅନ୍ୟପକ୍ଷରେ ପ୍ରଚାରରେ କଳ୍ପନାଙ୍କ ସମ୍ପୃକ୍ତି ଭୋଟ ବ୍ୟାଙ୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି । ସେ ମା’ ଭଉଣୀମାନଙ୍କର ଭରସା ଜିତିବାକୁ ସକ୍ଷମ ମଧ୍ୟ ହେବେ । ବିଜେପି ତାର ସବୁ ବଳ, ଅସ୍ତ୍ର ଲଗାଇ ଗୋଟି ଚାଳନା ଆରମ୍ଭ କରିଦେଇଛି । ବିଜୟ ମୁକୁଟ ପିନ୍ଧି ନୂଆପଡ଼ା ଆସନ ବାଜି ମାରିବା ଆଶାରେ ରହିଛି ବିଜେପି । ପୁଅକୁ ଜିତାଇବା ପାଇଁ ବିଜେଡିର ସବୁ ଯୋଜନା ପଣ୍ଡ କରିବାକୁ ଲାଗିପଡିଛନ୍ତି କଳ୍ପନା ଢୋଲକିଆ । ବିଜେଡି ମଧ୍ୟ ସ୍ନେହାଙ୍ଗିନୀ ଛୁରୀଆଙ୍କ ପାଇଁ ତାର ପ୍ରଚାର ଚଳାଇଛି । ଦିନ ପାଖେଇ ଆସୁଥିବାବେଳେ ସବୁ ଦଳ ଏବେ ପ୍ରଚାରରେ ଲାଗିପଡିଛନ୍ତି । ଭୋଟ ହାତେଇବା ପାଇଁ ରଣନୀତି ଆରମ୍ଭ କରିଦେଇଛନ୍ତି । କଂଗ୍ରେସ ମଧ୍ୟ ତାର ପ୍ରୟାସ ଜାରି ରଖିଛି। ଘାସିରାମ ମାଝୀଙ୍କୁ ନେଇ ବେଶ ଉତ୍ସାହିତ ଅଛି ଦଳ । Post navigation Goods Train Derailed: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ; ଟ୍ରାକରୁ ବାହାରିଗଲା ଟ୍ରେନର ୧୦ ବଗି Nuapada By-Election: ନୂଆପଡ଼ା କଂଗ୍ରେସ କାର୍ଯ୍ୟାଳୟକୁ ଧସେଇ ପଶିଲା ପୋଲିସ