ବିଜେଡି ନେତା ରାଜା ଚକ୍ରଙ୍କୁ ସଦର ଥାନାର ଗୋଟିଏ ମାମଲାରେ ମିଳିଲା ଅନ୍ତରୀଣ ଜାମିନ୍ । ଶ୍ୱଶୁରଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାକୁ ୧୫ ଦିନିଆ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍ ଦେଲେ ଜିଲ୍ଲା ଦୌରାଜଜ୍ । ବାଲେଶ୍ୱର ଜେଲ୍ରେ ରାଜା ଚକ୍ର ରହିଥିବାବେଳେ ତାଙ୍କ ନାମରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ କେନ୍ଦୁଝରଠାରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି । ପୂର୍ବରୁ ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲାରେ ରାଜାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ସୂଚନା ଅନୁଯାୟୀ, ରାଜାଙ୍କ ଶ୍ୱଶୁର କେନ୍ଦୁଝର ଅଞ୍ଚଳର ଖ୍ୟାତନାମା ଚିତ୍ରଶିଳ୍ପୀ ବିଜୟ ପଟ୍ଟନାୟକ ଗତ ଶୁକ୍ରବାର ହୃଦ୍ଘାତରେ ପ୍ରାଣ ହରାଇଛନ୍ତି । ରାଜା ତାଙ୍କ ଦଶାହ କର୍ମରେ ଯୋଗଦେବାକୁ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ । Post navigation ସୁନ୍ଦରଗଡ଼ ନାବାଳିକା ଦୁଷ୍କର୍ମ ଘଟଣାର ତଥ୍ୟ ଅନୁଧ୍ୟାନ ପାଇଁ କମିଟି ଗଠନ କଲା ପିସିସି ଟ୍ରକ୍କୁ ପଛରୁ ପିଟିଲା ଭ୍ୟାନ୍; ୧୩ ଯବାନ ଆହତ