ଆସନ୍ତାକାଲିଠୁ ଜନସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ଓଡ଼ିଶା ରାଜଭବନ ଉଦ୍ୟାନ ଜାନୁଆରୀ ୧୩ ଅର୍ଥାତ୍ ଆସନ୍ତା ସୋମବାରରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ।  ଏହି ଦିନମାନଙ୍କରେ ଯେକୌଣସି ବ୍ୟକ୍ତି ବିନା ଶୁଳ୍କରେ ରାଜଭବନ ଉଦ୍ୟାନ ପରିଦର୍ଶନ କରି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ।

କେବଳ ମୋବାଇଲ୍‌ ଆପ୍‌ ପଞ୍ଜିକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଲୋକମାନେ ଓଡ଼ିଶା ରାଜଭବନ ୱେବସାଇଟ୍ www.rajbhavanodisha.gov.in. କିମ୍ବା ଆପ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ ।  ଉଦ୍ୟାନ ଆପ “ରାଜ୍‍ ଭବନ ଗାର୍ଡ଼େନ ଭିଜିଟ୍‍”କୁ ପ୍ଲେ ଷ୍ଟୋରରୁ ଡ଼ାଉନଲୋଡ଼ କରିବାକୁ ହେବ । ଏଥିସହ ଓଡ଼ିଶା ରାଜଭବନ ୱେବ୍‍ସାଇଟ୍‍ରେ ଥିବା କ୍ୟୁଆର କୋଡ଼କୁ ମଧ୍ୟ ସ୍କାନ କରି ଆପ୍‍ ଡ଼ାଉନଲୋଡ଼ କରିହେବ । ପଞ୍ଜିକରଣ କରାଇଥିବା ସାଧାରଣ ଜନତା ଅପରାହ୍ନ ୨.୩୦ ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ ।  ସେହିପରି ସ୍କୁଲ ଛାତ୍ରଛାତ୍ରୀମାନେ ସକାଳ ୮.୩୦ ରୁ ୧୦ଟା ମଧ୍ୟରେ ସେମାନଙ୍କ ସ୍କୁଲ ଶିକ୍ଷକ କିମ୍ବା କର୍ମଚାରୀଙ୍କ ତତ୍ତ୍ୱାବଧାନରେ ସ୍କୁଲ ପୋଷାକ ଏବଂ ପରିଚୟପତ୍ର ସହିତ ପରିଦର୍ଶନ କରିପାରିବେ ।

ରାଜଭବନ ଉଦ୍ୟାନ ପରିଦର୍ଶନ କରିବା ସମୟରେ ସାଙ୍ଗରେ କ୍ୟାମେରା, ଖାଦ୍ୟଦ୍ରବ୍ୟ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ସମେତ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ନ ନେବାକୁ ପରିଦର୍ଶକମାନଙ୍କୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *