ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ରେଲୱେ ସୋମବାର କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କ ଇସ୍ତଫା ଗ୍ରହଣ କରିଛି। ଭାରତୀୟ ରେଲୱେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଖେଳାଳିଙ୍କୁ ଆଜି କିମ୍ବା ଯଥାଶୀଘ୍ର ସେମାନଙ୍କ ଦାୟିତ୍ୱରୁ ମୁକ୍ତ କରାଯିବ। ପୂର୍ବରୁ ଉଭୟ କୁସ୍ତିଯୋଦ୍ଧା କାମ କରୁଥିବା ଉତ୍ତର ରେଲୱେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟି କଂଗ୍ରେସରେ ଯୋଗଦେବା ପାଇଁ କାରଣ ଦର୍ଶାଅ ନୋଟିସ ଦେଇଥିଲେ।

ସେମାନେ ସରକାରୀ କର୍ମଚାରୀ ହୋଇଥିବାରୁ କାରଣ ଦର୍ଶାଅ ନୋଟିସ ନିୟମର ଏକ ଅଂଶ ବୋଲି ରେଲୱେ ପକ୍ଷରୁ କୁହାଯାଇଥିଲା। ନୋଟିସ ମିଳିବା ପରେ ଉଭୟ ରେଲୱେରୁ ଇସ୍ତଫା ଦେଇଥିଲେ। ସୂଚନାଯୋଗ୍ୟ, ଗତ ସପ୍ତାହରେ ଉଭୟ ପୁନିଆ ଓ ଫୋଗଟ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ତାଙ୍କୁ ହରିୟାଣାର ଜୁଲାନା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦିଆଯାଇଛି।

Leave a Reply

Your email address will not be published. Required fields are marked *