ପୁରୁଣାକଟକରେ ଗଡ଼ିଲା ରେଳ । ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ବୌଦ୍ଧରୁ ପୁରୁଣାକଟକକୁ ପରୀକ୍ଷାମୂଳକ ଭାବେ ରେଳ ଇଞ୍ଜିନ ଗଡ଼଼ିଛି। ନଡ଼ିଆ ବାଡ଼େଇ ପୂଜାର୍ଚ୍ଚନା କରିବା ସହ ଟ୍ରେନ ଇଞ୍ଜିନକୁ ସ୍ୱାଗତ କରିଛନ୍ତି ଲୋକେ ।

ସୂଚନାଯୋଗ୍ୟ; ହରଭଙ୍ଗା ବ୍ଲକରେ ରେଳ ଇଞ୍ଜିନ ଗଡ଼଼ିବା କାର୍ଯ୍ୟ ତ୍ୱରାନ୍ୱିତ ପରେ ଦୀର୍ଘ ୩୭ ବର୍ଷର ଅପେକ୍ଷା ପୂରଣ ହୋଇପାରିଛି। ଆଡ଼େଣିଗଡ଼଼ଠାରେ ଚାଲିଥିବା ଦୀର୍ଘ ୪.୧୮୫ କିମି ଲମ୍ୱର ସୁଡ଼ଙ୍ଗ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ହରଭଙ୍ଗା ବ୍ଲକ ସଦରମହକୁମାକୁ ରେଳ ସଂଯୋଗ ସମ୍ଭବ ହୋଇପାରିବ। ସୁଡ଼ଙ୍ଗ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାରୁ ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସମ୍ପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *