ଦକ୍ଷିଣ ତଟ ରେଳପଥ (SCoR)କୁ କିଛି ଷ୍ଟେସନ ସ୍ଥାନାନ୍ତରକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ, ଭାରତୀୟ ରେଳ ମନ୍ତ୍ରାଳୟ ଏକ ବିସ୍ତୃତ ସ୍ପଷ୍ଟୀକରଣ ଜାରି କରି କହିଛି ଯେ ଏହି ପଦକ୍ଷେପ ଓଡ଼ିଶାର ସ୍ୱାର୍ଥକୁ ପ୍ରଭାବିତ କରିବ ନାହିଁ । ଦକ୍ଷିଣ ତଟ ରେଳପଥରେ ସାମିଲ୍ ହୋଇଥିବା ଷ୍ଟେସନ୍ ଗୁଡିକ ନେଇ ସ୍ପଷ୍ଟୀକରଣ ଦିଆଯାଇଛି। ସ୍ପଷ୍ଟୀକରଣ ଅନୁଯାୟୀ, ପ୍ରାୟ ୫୦ କିଲୋମିଟର ଅତିକ୍ରମ କରୁଥିବା ପଲାସା-ଇଚ୍ଛାପୁରମ୍ ସେକ୍ସନରେ ୭ଟି ଷ୍ଟେସନ୍ ସାମିଲ ରହିଛି ଏବଂ ଏହି ସମସ୍ତ ଷ୍ଟେସନ୍ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଅବସ୍ଥିତ । ଏହି ଷ୍ଟେସନ୍ ଗୁଡିକ ଓଡ଼ିଶାର ନୁହେଁ ବୋଲି ସ୍ପଷ୍ଟ କରାଯାଇଛି । ଏହି ଷ୍ଟେସନ୍ ଗୁଡିକ ମୁଖ୍ୟତଃ ଯାତ୍ରୀ ପରିବହନ ପରିଚାଳନା କରିଥାଏ ଏବଂ ମାଲ ପରିବହନ କେନ୍ଦ୍ର ନୁହେଁ । ତେଣୁ ଏହା ଦ୍ୱାରା ପୂର୍ବ ତଟ ରେଳପଥର ରାଜସ୍ୱରେ କୌଣସି ପ୍ରଭାବ ପଡିବ ନାହିଁ ଏବଂ ଟ୍ରେନ୍ ଚଳାଚଳରେ କୌଣସି ବାଧା ସୃଷ୍ଟି ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ସୂଚନାଯୋଗ୍ୟ ଯେ, ରେଳ ମନ୍ତ୍ରଣାଳୟ ଗତ ଗୁରୁବାର ଦିନ ପ୍ରସ୍ତାବିତ ଦକ୍ଷିଣ ତଟ ରେଳପଥ (SCoR) ଜୋନର କ୍ଷେତ୍ରାଧିକାରକୁ ସଂଶୋଧନ କରି ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛି, ଯାହା ଦ୍ୱାରା ପଲାସା-ଇଛାପୁରମ୍ ସେକ୍ସନ୍, ଯାହା ପୂର୍ବ ତଟ ରେଳପଥ (ECoR)ର ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ ଅଛି, ଏବେ SCoR ଜୋନର ପ୍ରସ୍ତାବିତ ବିଶାଖାପାଟଣା ଡିଭିଜନରେ ଅନ୍ତର୍ଭୁକ୍ତ ହେବ । Post navigation Open Sale of LPG Cylinders: ରାଜ୍ୟରେ ବନ୍ଦ ହେଲା ୫ କେଜି ଗ୍ୟାସ ବିକ୍ରି; ଆଉ ଖୋଲାରେ ବିକ୍ରି ହେବନି ଗ୍ୟାସ Weather Updates: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା; ଯାତାୟାତ ବାଧାପ୍ରାପ୍ତ