ଓଡ଼ିଶାକୁ ରେଳ ବଜେଟକୁ ନେଇ ଅଶ୍ବିନୀ ବୈଷ୍ଣବଙ୍କ ବଡ ସୂଚନା । ଫେବ୍ରୁଆରୀ ୧ରେ ଘୋଷିତ ବଜେଟ୍ରେ ରେଲୱେକୁ ୨.୫୨ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଏଥିରୁ ଓଡ଼ିଶା ପାଇଁ ୧୦ ହଜାର ୫୯୯ କୋଟି ଟଙ୍କା ରହିଥିବା ଆଜି ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଅଶ୍ବିନୀ ବୈଷ୍ଣବ । ସେ କହିଛନ୍ତି ଓଡ଼ିଶାରେ ୧୦ ବର୍ଷରେ ୨୦୪୬ କିମି ନୂଆ ଟ୍ରାକ୍ ନିର୍ମାଣ ହୋଇଛି । ଓଡ଼ିଶାରେ ନବ ନିର୍ମିତ ଟ୍ରାକ୍ ମାଲେସିଆରେ ଥିବା ଟ୍ରାକ୍ଠୁ ଅଧିକ । ଓଡ଼ିଶାରେ ୬ଟି ବନ୍ଦେ ଭାରତ ବର୍ତ୍ତମାନ ଚାଲୁଛି । ଓଡ଼ିଶାରେ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି । ଓଡ଼ିଶାରେ ୧୮୯୮ କିମି ଟ୍ରାକ୍ରେ କବଚ ଲାଗିବା କାମ ସରିଛି । ଅନ୍ୟପକ୍ଷେ ଏଥର ରେଳ ବଜେଟରେ ବିଶେଷ କରି ଯାତ୍ରୀ ନିରାପତ୍ତା ଓ ବିଦ୍ୟୁତ୍ କରଣ ଉପରେ ଫୋକସ କରାଯାଇଛି । Post navigation ଅଭିଯୋଗ ପ୍ରକୋଷ୍ଠରେ ଜଟିଳ ରୋଗରେ ପୀଡିତ ଝିଅଙ୍କୁ ୫ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ଏନବିଡବ୍ଲ୍ୟୁ ଜାରି