ଅନୁଗୁଳ କରଡ଼ ଗାଡ଼ିଆର ଜଣାଶୁଣା ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଜାରି ରହିଛି ରେଡ୍ । ଆୟକର ଫାଙ୍କିଥିବା ଅଭିଯୋଗରେ ଆଜି ବି ଦ୍ବିତୀୟ ଦିନରେ ଚଢ଼ାଉ ଜାରି ରଖିଛି ଆୟକର ବିଭାଗ। ମୋଟ୍ ୧୫ଟି ସ୍ଥାନରେ ରେଡ୍ କରୁଛି ଆଇଟି ଟିମ୍। ଚଢାଉ ବେଳେ ବିକ୍ରମଙ୍କର ଗୋଟିଏ ଠିକଣାରୁ ୭କୋଟିର ନଗଦ କ୍ୟାସ ମିଳିଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ; ଗତକାଲି ଅନୁଗୁଳ କରଡ଼ ଗାଡ଼ିଆର ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଆଇଟି ଚଢ଼ଉ କରିଛି। ଶକ୍ତି ଇଣ୍ଟର ନାସନାଲ ହୋଟେଲ ଗ୍ରୁପ ସମେତ ଢେଙ୍କାନାଳ ମଦ ବଟଲିଙ୍ଗ ପ୍ଲାଣ୍ଟ ଭଳି ୨୫ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ଚଢାଉରେ ଆୟକର ବିଭାଗର ୧୨ଜଣିଆ ଟିମ୍ ସାମିଲ ହୋଇଛନ୍ତି । Post navigation ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା; ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ବିଧାନସଭାକୁ ଫେରିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି