ରାଜ୍ୟରେ ଆଳୁ ସମସ୍ୟା ଚାଲିଥିବା ବେଳେ ଆକ୍ସନ ମୋଡକୁ  ଯୋଗାଣ ବିଭାଗ । ଆଜି ଭୁବନେଶ୍ବର ସ୍ଥିତ ୟୁନିଟ-୧ ମାର୍କେଟରେ ଥିବା ହାଟରେ ଆଳୁର ଚଢ଼ା ଦରକୁ ନେଇ ଯୋଗାଣ ବିଭାଗର ଚଢ଼ାଉ କରିଛି । ଚଢ଼ାଉ ବେଳେ ସରକାର ଧାର୍ଯ୍ୟ କରିଥିବା ଦାମ୍‌ରେ ଆଳୁ ବିକିବାକୁ କଡ଼ା ନିର୍ଦ୍ଦେଶ ଦେବା ସହ କିଲୋ ପିଛା ୩୨ ଓ ୩୫ ଟଙ୍କାରେ ବିକିବାକୁ କହିଛନ୍ତି ଯୋଗାଣ ବିଭାଗ। କିଛି ଅମାନିଆ ଦୋକାନୀଙ୍କୁ ତାଗିଦ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସରକାର ଧାର୍ଯ୍ୟ କରିଥିବା ଦରରେ ଆଳୁ ବିକ୍ରିନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *