ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ। ଭୁବନେଶ୍ବରରେ କଂଗ୍ରେସର ମହାସମାବେଶରେ ଯୋଗ ଦେବେ। ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେଉଛି କଂଗ୍ରେସର ମହାସମାବେଶ । ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ କାର୍ଯ୍ୟକ୍ରମରେ ସାମିଲ୍ ହେବେ । ତେବେ ରାହୁଲଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଧାରଣ ସଂପାଦକ କେସି ବେଣୁଗୋପାଳ ମଧ୍ୟ ଭୁବନେଶ୍ବର ଆସିବେ।

ଆଜି ଦିନ ୧୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ରାହୁଲ ଗାନ୍ଧୀ। ବିମାନବନ୍ଦରରେ ପହଞ୍ଚିବା ପରେ ବିମାନବନ୍ଦର ଛକରୁ ଜୟଦେବବିହାର ଛକ ଯାଏଁ ରୋଡ୍ ସୋ’ କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ୧୨ଟାରେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବେ। ଏହାପରେ ନିଜ ଦଳର ସମସ୍ତ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ। ସଭା ସରିବା ପରେ ଚାଷୀଙ୍କ ଦୁଇ ପ୍ରତିନିଧି ଦଳକୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଏହାପରେ ଅପରାହ୍ଣ ୩ଟାରେ କଂଗ୍ରେସ ଭବନରେ ବସିବ ଏକ ବଡ଼ ବୈଠକ। ରାଜନୈତିକ ବ୍ୟାପାର କମିଟି ପରେ ବିଧାୟକ ଓ ପିସିସି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ରାହୁଲ ।

Leave a Reply

Your email address will not be published. Required fields are marked *