ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ଅସନ୍ତୋଷ ଲାଗି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ଏଭଳି ଅମାନୁଷିକ ଘଟଣାର ତୀବ୍ର ନିନ୍ଦା କରିଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, ଓଡ଼ିଶାରେ ଘଟିଥିବା ଏହି ଅଭାବନୀୟ ଘଟଣା ଦେଶର ଆଇନଶୃଙ୍ଖଳା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସର ସହାୟତା ନେବାକୁ ଯାଇଥିବା ଜଣେ ସେନା ଅଧିକାରୀଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିବା ସହ ତାଙ୍କ ବାନ୍ଧବୀଙ୍କୁ ହାଜତରେ ନିର୍ଯାତନା ଦିଆଯାଇଥିଲା। ଏହି ଘୃଣ୍ୟ ଘଟଣା ସମଗ୍ର ମାନବ ଜାତି ପାଇଁ ଲଜ୍ଜାଜନକ।

ବିଜେପି ସରକାରରେ ମହିଳାଙ୍କ ବିରୋଧରେ ଅପରାଧ ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ ଓ ନିରଙ୍କୁଶ ହୋଇପଡ଼ିଛି। ଯେତେବେଳେ ଅନ୍ୟାୟ ବଢି ସରକାରୀ ବ୍ୟବସ୍ଥାରେ ଆଶ୍ରୟ ନେଉଛି, ସେତେବେଳେ ସାଧାରଣ ନାଗରିକ କାହାଠାରୁ ସହାୟତା ଆଶା କରିବେ ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି?

ଏହି ଘଟଣାର ସମସ୍ତ ଦୋଷୀ ଅତି କଠୋର ଦଣ୍ଡ ପାଇବା ପାଇବା ଉଚିତ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଭାରତୀୟ ଜନତା ବିଶେଷ କରି ମହିଳାଙ୍କ ସମ୍ମୁଖରେ ନ୍ୟାୟ ଓ ନିରାପତ୍ତାର ଏକ ଉଦାହରଣ ଏକ ଉଦାହରଣ ସୃଷ୍ଟି କରିବା ନିତାନ୍ତ ଆବଶ୍ୟକ।

Leave a Reply

Your email address will not be published. Required fields are marked *