କେନ୍ଦ୍ରରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ଏବେ ଦୁଇଗୁଣରୁ ଅଧିକ ସିଟ ହାତେଇଲା। ରାହୁଲ ଗାନ୍ଧୀ ମଧ୍ୟ ବିରୋଧୀ ଦଳ ନେତା ହୋଇଛନ୍ତି। ୨୦୧୪ ଓ ୨୦୧୯ ନିର୍ବାଚନରେ ୫୦ରୁ କମ ଆସନ ଥିଲା। ୨୦୨୪ରେ ୧୦୦ ପାଖାପାଖି ସିଟ ପାଇଛନ୍ତି। ବିରୋଧୀଙ୍କୁ ସାଙ୍ଗରେ ନେଇ ଚାଲୁଛନ୍ତି। କେନ୍ଦ୍ରରେ କଂଗ୍ରେସର ସକାରାତ୍ମକତା ଦେଖିବାକୁ ମିଳୁଛି।

ରାହୁଲ ଗାନ୍ଧୀଙ୍କୁ ସମସ୍ତେ ପପୁ ପପୁ କହି କଟାକ୍ଷ କରୁଥିଲେ। ଲୋକେ କହୁଥିଲେ ତାଙ୍କର ରାଜନୀତିରେ ଇଛା ନାହିଁ। ପଦଯାତ୍ରା କଲେ। ଭାରତ ଯୋଡୋ ଯାତ୍ରା ତାଙ୍କୁ ଭଲ ସଫଳତା ଦେଇଛି। ସେ ସଂଘର୍ଷ କରି ପ୍ରମାଣ କରି ଦେଖେଇଛନ୍ତି। ବିରୋଧୀ ଦଳରେ ଥାଇ ଦଳକୁ ସଶକ୍ତ କରି ଆଗକୁ ବଢ଼ିଛନ୍ତି। ଚଳିତ ନିର୍ବାଚନରେ ୨୩୫ ସିଟ ହାତେଇଛନ୍ତି। ସେ ଯୁଦ୍ଧ କରିବା ପାଇଁ ଏବେ ପ୍ରସ୍ତୁତ ଅଛନ୍ତି।

ସେହି କ୍ରମରେ ସେ ୱାୟନାଡ଼ ଛାଡ଼ି ରାଏବରେଲୀ ରଖିଲେ। କ୍ଷମତାକୁ ଆସିବାକୁ ହେଲେ ଉତ୍ତରପ୍ରଦେଶ ଆସନ ହାତରେ ରଖିବା ଯେହେତୁ ଗୁରୁତ୍ୱପୂର୍ଣ୍ଣ ସେଥିପାଇଁ ସେ ରାଏବରେଲୀ ରଖିଲେ। କଂଗ୍ରେସର ଉତ୍ଥାନ ପାଇଁ ସହଜ ହେବ। ସର୍ବୋପରି ୧୮ତମ ଲୋକସଭାରେ ରାହୁଲ ଗାନ୍ଧୀଙ୍କୁ ଲୋକେ ନୂଆ ଅବତାରରେ ଦେଖିଲେ। ସେଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଲେଣି।

ଅନ୍ୟପକ୍ଷରେ କଂଗ୍ରେସ ଦୃଢ଼ ହେବା ଫଳରେ ବିଜେପିର ମଧ୍ୟ ଡର ରହିବ। ସେ ଆଉ ମନନାନୀ କରିପାରିବନି। ବହୁ ଭାବିଚିନ୍ତି ନିଷ୍ପତ୍ତି ନେବେ। ଯାହା ଦେଶର ଓ ଦେଶବାସୀଙ୍କ ଉନ୍ନତି ପାଇଁ ସହାୟକ ହେବ।

Leave a Reply

Your email address will not be published. Required fields are marked *