ଗଞ୍ଜାମ ଜିଲ୍ଲା, ଆସ୍କାରେ ଦଳିତ ସମାଜର ଦୁଇ ଜଣକୁ ଅକଥନୀୟ ଅତ୍ୟାଚାର କରିବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଦୁଇ ଯୁବକଙ୍କୁ ଘାସ ଖୁଆଇବା, ମଇଳା ପାଣି ପିଇବାକୁ ବାଧ୍ୟ କରିବା ଅମାନବୀୟ ବୋଲି ରାହୁଲ ଗାନ୍ଧୀ ନିଜ ଏକ୍ସରେ ପୋଷ୍ଟ କରି କହିଛନ୍ତି ରାହୁଲ । ଯିଏ କହୁଛନ୍ତି ଆଉ ଜାତି ଏକ ପ୍ରସଙ୍ଗ ନୁହେଁ, ସେମାନଙ୍କ ପାଇଁ ଏହି ଘଟଣା ଏକ ଦର୍ପଣ, ଏଭଳି ଘଟଣା ବାବା ସାହେବଙ୍କ ସମ୍ବିଧାନ ଉପରେ ହମଲା ବୋଲି ରାହୁଲ କହିଛନ୍ତି । ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା ଦଣ୍ଡ ଦିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି । ସୂଚନା ଅନୁଯାୟୀ, ଗତକାଲି ଗଞ୍ଜାମ ଜିଲ୍ଲା, ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମରେ, ଝିଅକୁ ଯୌତୁକ ଦେବା ପାଇଁ ବୁଲୁ ନାୟକ ଏବଂ ବାବୁଲା ନାୟକ ନାମକ ବ୍ୟକ୍ତି ତିନୋଟି ଗାଈ ଧରି ହରିପୁରରୁ ସୀଙ୍ଗିପୁର ଯାଉଥିଲେ । ଏହି ସମୟରେ ଖାରିଗୁମ୍ମାଠାରେ ତାଙ୍କୁ କିଛି ଲୋକ ଅଟକାଇ ଗୋରୁ ଚାଲାଣ କରୁଥିବା କହି ପଇସା ମାଗିଥିଲେ । ପଇସା ନ ଦେବାରୁ ସେମାନଙ୍କୁ ମାଡ଼ ମାରି ଅଧା ଲଣ୍ଡା କରିଥିଲେ । ପରେ ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲେଇବା ସହ ନର୍ଦ୍ଦମାର ମଇଳା ପାଣି ପିଆଇ, ଘାସ ଖୁଆଇଥିଲେ । Post navigation ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରାଜ୍ୟସ୍ତରୀୟ ବଳିଦାନ ଦିବସ ପାଳନ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଗୋପାଳପୁର ଗଣଦୁଷ୍କର୍ମ ଘଟଣା: କ୍ରାଇମବ୍ରାଞ୍ଚ ହାତରେ ଡିଜିଟାଲ ପ୍ରମାଣ