ବଡ଼ମ୍ବାରେ ବିଜେଡିକୁ ବଡ଼ ଝଟକା । ବିଜେଡି ଛାଡ଼ିଲେ ରଘୁପତି ମହାନ୍ତି । କଟକ ଜିଲ୍ଲା ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଜଣାଯାଇଛି ।

ରଘୁପତି ମହାନ୍ତି କହିଛନ୍ତି, ମୁଁ ଦଳରେ ନିଜକୁ ଅଲୋଡ଼ା ଭାବୁଥିଲି । ଦଳରେ ମୋ ସେବାର ଆବଶ୍ୟକତା ନାହିଁ ବୋଲି ଉପଲବ୍ଧ କଲି ସେଥିପାଇଁ ଇସ୍ତଫା ଦେଇଛି । ଗତ ବହୁ ବର୍ଷ ଧରି ଜଣେ ସଭ୍ୟ ଭାବରେ ମୋ’ ଅଞ୍ଚଳର ଉନ୍ନତି ପାଇଁ ସମସ୍ତ ପ୍ରୟାସ କରିଅଛନ୍ତି । ଦଳ ଦ୍ୱାରା ଯେଉଁ ଦାୟିତ୍ୱ ଦିଆଯାଉଥିଲା ତାକୁ ସୁଚାରୁରୂପେ ତୁଲାଇଛି । ଏତେ ବର୍ଷ ପରେ, ମୁଁ ଦଳରେ ଅଲୋଡ଼ା ହୋଇରହିଥିବା ଭାବୁଛି । ସଂଗଠନ ଏବଂ ରାଜନୈତିକ ପ୍ରକ୍ରିୟା ପାଇଁ ମୋର ଆଉ ଦରକାର ନାହିଁ ବୋଲି ଲାଗୁଛି । ତେଣୁ ମୁଁ ଜୀବନରେ ଆଗକୁ ବଢ଼ିବାର ନିଷ୍ପତ୍ତି ନେଇଛି । ଲୋକଙ୍କର ସେବା ଏବଂ ମୋ ଅଞ୍ଚଳର ବିକାଶରେ ନିଜର କାର୍ଯ୍ୟକୁ ବଜାୟ ରଖିବି। ମୋର ଇସ୍ତଫାପତ୍ରକୁ ଦଳ ଗ୍ରହଣ କରିନେବାକୁ ଅନୁରୋଧ କରୁଛି ।

 

Leave a Reply

Your email address will not be published. Required fields are marked *