ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ମିଳିଛି ଆଶ୍ୱସ୍ତି। ରଘୁନନ୍ଦନ ଦାସଙ୍କ ମିଳିଲା ଆଗୁଆ ଜାମିନ । ମହିଳା ସମ୍ବାଦିକଙ୍କୁ କୁକୁର ଲଗାଇ ଭୟଭୀତ କରିବାକୁ ଉଦ୍ୟମ ମାମଲାରେ ତାଙ୍କୁ ଆଗୁଆ ଜାମିନ ଆବେଦନକୁ ମଞ୍ଜୁର ଦେଇଛନ୍ତି ହାଇକୋର୍ଟ । ଗିରଫଦାରିକୁ ଏଡ଼ାଇବାକୁ ରଘୁନନ୍ଦନ ଦାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।
ସୂଚନାଯୋଗ୍ୟ ଯେ, ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ୱାର୍ଟସ ଭଙ୍ଗାଯାଉଥିବା ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମହିଳା ସାମ୍ବାଦିକଙ୍କ ଉପରକୁ ବିଜେଡି ନେତା କୁକୁର ଛାଡିଥିବା ଅଭିଯୋଗ ହୋଇଥିଲା। ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲା ଏକ ଘରୋଇ ନ୍ୟୁଜ ଚ୍ୟାନେଲ ।