ଆଜି ଓଡ଼ିଶାରୁ ବିଦାୟ ନେବେ ରଘୁବର ଦାସ । ଅତିଥି ଭବନରେ ରଘୁବରଙ୍କୁ ବିଦାୟୀ ସମ୍ବର୍ଦ୍ଧନା । ଏହି ଅବସରର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରିମଣ୍ଡଳ ସଦସ୍ୟ ଓ ମୁଖ୍ୟ ସଚିବ ଉପସ୍ଥିତ ରହିଛନ୍ତି । ସୂଚନା ଯୋଗ୍ୟ; ରଘୁବର ଦାସ ଜଣେ ବରିଷ୍ଠ ବିଜେପି ନେତା । ସେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ଵ ତୁଲାଇଛନ୍ତି । ସେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ । ଏଥିସହ ରଘୁବର ଦାସ ପୂର୍ବ ଜାମସେଦପୁରରୁ ପାଞ୍ଚଥର ବିଧାୟକ ମଧ୍ୟ ରହିଛନ୍ତି । ଗତ ୧୮ ଅକ୍ଟୋବର ୨୦୨୩ରେ ଓଡିଶାର ରାଜ୍ୟପାଳ ଭାବରେ ରଘୁବରଙ୍କୁ ନିଯୁକ୍ତ କରାଯାଇଥିଲା। ଏହାପରେ ଡ଼ିସେମ୍ବର ୨୪ ତାରିଖରେ ରାଜ୍ୟପାଳ ଶ୍ରୀ ଦାସ ବ୍ୟକ୍ତିଗତ କାରଣରୁ ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି । ମାନ୍ୟବର ରାଷ୍ଟ୍ରପତି ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି । Post navigation ପୁଣି ହେବ ଛାତ୍ର ସଂସଦ ନିର୍ବାଚନ ଚଳିତ ମାସରେ ଶ୍ରୀମନ୍ଦିରରେ ହେବନି ଧାଡ଼ି ଦର୍ଶନ ଟ୍ରାଏଲ ରନ୍