କେନ୍ଦୁଝର ସରକାରୀ ଇଂଜିନିୟରିଂ କଲେଜ ହଷ୍ଟେଲରେ ରାଗିଂ ଅଭିଯୋଗ। ହଷ୍ଟେଲରେ ପଶି ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ପିଟିଲେ ୫ ସିନିଅର । ଲୁହା ରଡରେ ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ମେଡିକାଲରେ ଛାତ୍ରକୁ ଭର୍ତ୍ତି କରାଯାଇଛି । ଏ ନେଇ ନେଇ ଥାନାରେ ଅଭିଯୋଗ କଲେ ପୀଡ଼ିତଙ୍କ ପରିବାର। ପୀଡ଼ିତ ଛାତ୍ରଜଣକ ଦ୍ଵିତୀୟ ବର୍ଷର ମାଇନିଂ ଛାତ୍ର ବିଶ୍ଵଜିତ ବେହେରା ବୋଲି ଜଣାଯାଇଛି। ଅଭିଯୋଗ ଅନୁସାରେ ଗତ ରାତିରେ ସିନିଅରର ୫ ଜଣ ଛାତ୍ର ହଷ୍ଟେଲରେଥିବା ଜୁନିୟରଙ୍କ ରୁମ୍ କବାଟ ବାଡ଼େଇଥିଲେ। କବାଟ ନ ଖୋଲିବାରୁ ସେମାନେ ତାହାକୁ ଭାଙ୍ଗି ଭିତରେ ପଶିଥିଲେ। ଏହାପରେ ସେମାନେ ବିଶ୍ୱଜିତଙ୍କୁ ରଡ଼ରେ ପ୍ରବଳ ମାଡ଼ ମାରିଥିଲେ। ଏହା ପରେ ବିଶ୍ୱଜିତଙ୍କ ପାଟି ଶୁଣି ହଷ୍ଟେଲ ୱାର୍ଡନ ଘଟଣାସ୍ଥଳରେ ପହଞ୍ଚି ସିନିୟର ପିଲାଙ୍କୁ ସେଠାରୁ ତଡ଼ିବା ସହ ବିଶ୍ଵଜିତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏହାସହ ପୂର୍ବରୁ ଛାତ୍ର ଜଣକ ପୂର୍ବରୁ ରାଗିଂର ଶିକାର ହୋଇଥିବା ବେଳେ ଏନେଇ ସେ କଲେଜ କର୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । କିନ୍ତୁ କଲେଜ କର୍ତୃପକ୍ଷ କୌଣସି ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଥିଲେ । ଏହା ପରେ ରାଗରେ ହଷ୍ଟେଲରେ ପଶି ଦ୍ୱିତୀୟ ବର୍ଷର ଛାତ୍ର ବିଶ୍ୱଜିତ ବେହେରାଙ୍କୁ ଲୁହା ରଡରେ ପିଟିଥିଲେ ସିନିଅର ଛାତ୍ର । ଯାହା ଫଳରେ ଗୁରୁତର ଅବସ୍ଥାରେ ମେଡିକାଲରେ ଛାତ୍ରକୁ ଭର୍ତ୍ତି କରାଯାଇଛି । Post navigation ଭିଜିଲାନ୍ସ ଜାଲରେ ଇଡକୋ ଜୁନିଅର ମ୍ୟାନେଜର ପଦ୍ମ ଧରିଲେ ପୂର୍ବତନ ବିଧାୟିକା ସୁନନ୍ଦା ଦାସ