ପୁରୀରୁ ନୂଆଦିଲ୍ଲୀ ଯାଉଥିବା ପୁରୁଷୋତମ ଏକ୍ସପ୍ରେସରେ ବୋମା ଆତଙ୍କ । ଟ୍ରେନରେ ବୋମା ଥିବା ଖବର ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଫଳରେ ଉତ୍ତରପ୍ରଦେଶର ତୁଣ୍ଡଲା ରେଳ ଷ୍ଟେସନରେ ତିନି ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା ଏକ୍ସପ୍ରେସ ଟ୍ରେନ୍ । ଏହାପରେ ଡଗ୍ ସ୍କ୍ବାଡ୍ ଏବଂ ମେଟାଲ ଡିଟେକ୍ଟ ସହ ସ୍ଥାନୀୟ ପୁଲିସ ଓ ଜିଆରପି ପୁଲିସର ସାହାଯ୍ୟରେ ଟ୍ରେନରେ ଯାଞ୍ଚ କରାଯାଇଥିଲା। ହେଲେ ସମସ୍ତ ବଗିକୁ ଯାଞ୍ଚ କରାଯିବା ପରେ ଟ୍ରେନରେ କୌଣସି ବୋମା ନଥିବା ଜଣାପଡ଼ିଥିଲା।

ସୂଚନା ମୁତାବକ; ଜଣେ ଅଜ୍ଞାତ ବ୍ୟକ୍ତି ନିଜ ସୋସିଆଲ ମିଡିଆ ‘X’ରେ ପୁରୀ-ନୂଆଦିଲ୍ଲୀ ପୁରୁଷୋତମ ଏକ୍ସପ୍ରେସରେ କିଛି ଆତଙ୍କବାଦୀ ବିସ୍ଫୋରକ ସାମଗ୍ରୀ ସହିତ ଟ୍ରେନରେ ଯାତ୍ରା କରୁଛନ୍ତି ସୂଚନା ଦେଇଥିବା ବେଳେ ଯାହା ଖବର ପାଇ ସମସ୍ତ ଯାତ୍ରୀଙ୍କ ମଧ୍ୟରେ ସଙ୍ଗେ ସଙ୍ଗେ ଆତଙ୍କ ଖେଳିଯାଇଥିଲ। ଡଗ୍ ସ୍କ୍ବାଡ୍ ଏବଂ ମେଟାଲ ଡିଟେକ୍ଟର ସାହାର୍ଯ୍ୟରେ ଯାଞ୍ଚ ପରେ କିଛି ମିଳି ନଥିଲା। ତେବେ କିଏ ଓ କାହିଁକି ସୋଶାଲ ମିଡିଆରେ ‘X’ରେ ଏପରି ମିଛ ସୂଚନା ଦେଇଥିଲା ତାହା ଜଣାପଡ଼ିନାହିଁ। ରେଳ ବିଭାଗ ଘଟଣାର ତଦନ୍ତ କରୁଛି।

 

Leave a Reply

Your email address will not be published. Required fields are marked *