ପୌଷ୍ୟ ପୂର୍ଣ୍ଣିମାରୁ ପ୍ରୟାଗ ସଂଗମରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା । ମହାକୁମ୍ଭ ଆସ୍ଥା ଏବଂ ବିଶ୍ୱାସର ଏକ ମହାନ ପର୍ବ । ଜାନୁଆରୀ ୧୩ ରୁ ଆରମ୍ଭ ହୋଇଥିବା ଏହି ବିଶ୍ୱର ସର୍ବବୃହତ ମେଳା ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ । ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭରେ ମୋଖ୍ୟର ସନ୍ଧାନ ଲାଗି ଦେଶ ବିଦେଶରୁ ଆସୁଛନ୍ତି କୋଟି କୋଟି ଶ୍ରଦ୍ଧାଳୁ । ଏହି ମଧ୍ୟରେ ବିଶ୍ୱ ପ୍ରସିଦ୍ଧ ‘ମହାକୁମ୍ଭ ମେଳା’ରେ ସାମଲ ହେବା ନିମନ୍ତେ ପହଞ୍ଚିଲେ ପୁରୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ସେଠାରେ ପହଞ୍ଚି ତ୍ରିବେଣୀ ତଟରେ ଉପଲବ୍ଧି କଲେ ଅନନ୍ୟ ଅନୁଭବ । ଏହା ସହ ତାଙ୍କ ସହିତ ଅନେକ ସାଧୁ ଓ ସାଧାରଣ ଜନତା ଥିବାର ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ; ପ୍ରତି ୧୨ ବର୍ଷରେ ଥରେ ହୁଏ ଏହି ମହାକୁମ୍ଭ ମେଳା । ଏହି ମହାକୁମ୍ଭ ପ୍ରତି ୧୨ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ୧୪୪ ବର୍ଷ ପରେ ଏକ ବିଶେଷ ଯୋଗ ପଡୁଥିବା ଜଣାପଡିଛି । ବିଶ୍ବାସ ରହିଛି ଏହି ମହାକୁମ୍ଭ ରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ସେଥିପାଇଁ ଭାରତବର୍ଷର କୋଣ ଅନୁକୋଣରୁ ସାଧୁ ସନ୍ଥ ନାଗାବାବାଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁମାନଙ୍କ ଆଗମନ ହୋଇଛି। Post navigation କେନ୍ଦୁଝରରେ ସାମାଜିକ ସୁରକ୍ଷା ବର୍ଦ୍ଧିତ ଭତ୍ତା ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନନ୍ଦନକାନନରେ ଧଳା ବାଘୁଣୀ ରୂପାର ଛୁଆ ମୃତ