ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିକୁ ନେଇ ନେଇ ୨୭ ତାରିଖ ଶନିବାର ସନ୍ଧ୍ୟା ସାଢ଼େ ୪ଟା ସମୟରେ ବସିବ ରତ୍ନଭଣ୍ଡାର ସଂପର୍କିତ ବୈଠକ । ଏ ନେଇ ଆଜି ସୂଚନା ଦେଇଛନ୍ତି ଜଷ୍ଟିସ ବିଶ୍ବନାଥ ରଥ। ସେ କହିଛନ୍ତି ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ମରାମତି ପରେ ଅଳଙ୍କାର ପୂର୍ଣ୍ଣ ସ୍ଥାପିତ ହୋଇଛି । ଗଣତି ମଣତି ନେଇ SOP ଉପରେ ହେବ ଆଲୋଚନା ।ଏଥିପାଇଁ କମିଟିର ସମସ୍ତ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ସୂଚନା ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଏସଓପି ଏବଂ ସମ୍ଭାବ୍ୟ ତାରିଖକୁ ନେଇ ଆଲୋଚନା ହେବ ।

ସେ ଆଉ ମଧ୍ୟ କହିଛନ୍ତି ପୂର୍ବରୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ସହିତ ରତ୍ନ ଭଣ୍ଡାର ମରାମତି ଶେଷ ହୋଇଛି । ଭଗବାନଙ୍କ କାମ ହୋଇଥିବାରୁ ପାଞ୍ଜି ଦେଖି ଶୁଭ ମୁହୂର୍ତ୍ତ ନିର୍ଦ୍ଧାରଣ କରାଯିବ । ପରିଚାଳନା କମିଟିକୁ ଦୁଇଟି ତାରିଖ ଦିଆଯିବ । କମିଟି ଉକ୍ତ ତାରିଖକୁ ଅନୁମୋଦନ କଲେ ସରକାରଙ୍କ ମଞ୍ଜୁରି ପାଇଁ ପଠାଯିବ । ଏହି ସମୟରେ ଶ୍ରଦ୍ଧାଳୁଙ୍କ ଦର୍ଶନରେ ସାମାନ୍ୟ ବାଧା ସୃଷ୍ଟି ହୋଇପାରେ । ତେଣୁ ସହଯୋଗ କରିବାକୁ ସେ ଶ୍ରଦ୍ଧାଳୁଙ୍କ ସହଯୋଗ ଲୋଡ଼ିଛନ୍ତି ।

ଜଗନ୍ନାଥ ପ୍ରେମୀଙ୍କ ସହଯୋଗ କାମନା କଲେ ଜଷ୍ଟିସ ବିଶ୍ବନାଥ ରଥ । ଜାନୁଆରୀ ମଧ୍ୟରେ ଗଣତି ମଣତି କାର୍ଯ୍ୟକ୍ରମ ସାରିବାକୁ ଚାହୁଁଛୁ । ୧୯୭୮ ମସିହା ଗଣତି ମଣିତ ତାଲିକା ସହ ଟାଲି କରାଯିବ ।

Leave a Reply

Your email address will not be published. Required fields are marked *