ଶରଧାବାଲିରେ ଅଘଟଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ।  ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍‌ପି । ଉନ୍ନୟନ କମିଶନରଙ୍କ ଅଧୀନରେ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ବଦଳରେ ଚଞ୍ଚଳ ରାଣାକୁ ମିଳିଛି ନୂଆ ଦାୟିତ୍ୱ । ଏହାସହ ପୁରୀ ଏସ୍‌ପି ବିନିତ ଅଗ୍ରଓ୍ୱାଲ୍‌ଙ୍କ ବଦଳରେ ପିନାକ ମିଶ୍ରଙ୍କୁ ଦିଆଯାଇଛି ଦାୟିତ୍ୱ । ଏହାସହ DCP ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢୀଙ୍କୁ ମଧ୍ୟ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ରଥଯାତ୍ରା ଆମ ଓଡିଆ ଜାତିର ଗର୍ବ ଓ ଗୌରବ। ଏଥିରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ। ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି ।

 

 

Leave a Reply

Your email address will not be published. Required fields are marked *