ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ଦାବିରେ ଛାତ୍ର କଂଗ୍ରେସ କର୍ମୀ ଆନ୍ଦୋଳକୁ ଓହ୍ଲାଇଛନ୍ତି । ଭୁବନେଶ୍ୱର ଲୋୟର ପିଏମଜିରେ ଛାତ୍ର କଂଗ୍ରେସ ଆନ୍ଦୋଳନ ଜାରି ରଖିଛନ୍ତି। ବିଧାନସଭା ଘେରାଉ ଉଦ୍ୟମ ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଇଲାସ ଫୋର୍ସ ମୁତୟନ କରାଯାଇଛି। ପୋଲିସ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି ।

ପ୍ରକାଶ ଯେ, ପୂର୍ବ ବିଜେଡି ସରକାର ସମୟରେ ଦୀର୍ଘ ୬ବର୍ଷ ହେବ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିଲା । ତେବେ ଚଳିତ ବର୍ଷ ନିର୍ବାଚନ କରିବାକୁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *