ସୁନ୍ଦରଗଡ଼ ହେମଗିରି ଜାମୁକାନି ବେଦାନ୍ତ କୋଇଲା ଖଣିରେ ଉତ୍ତେଜନା । କୋଇଲା ଖଣି ପ୍ରକଳ୍ପରେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ । ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇନେବାକୁ ପ୍ରୟାସ ବେଳେ ଉତ୍ତେଜନା । କ୍ଷତିପୂରଣ ଦାବିରେ ୨୦ ଦିନ ହେଲା ଆନ୍ଦୋଳନରେ କରିଥିଲେ ବିକ୍ଷୋଭକାରୀ। ଆଜି ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇବାକୁ ପ୍ରୟାସ ବେଳେ ଦେଖାଦେଇଛି ଉତ୍ତେଜନା । ଘଟଣାସ୍ଥଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସୂଚନା ମୁତାବକ, ବିଭିନ୍ନ ଦାବି ନେଇ ୨୦ ଦିନ ହେଲା ଖଣି ପ୍ରଭାବିତ ୪ଟି ଗାଁର ଲୋକମାନେ ଆନ୍ଦୋଳନରେ ବସିଥିଲେ। ୧୮ ବର୍ଷରୁ ଅଧିକ ପୁଅ ଝିଅଙ୍କୁ ବେଦାନ୍ତରେ ପ୍ରତ୍ଯକ୍ଷ ନିଯୁକ୍ତି, ନହେଲେ ଚାକିରି ବାବଦକୁ ଏକକାଳୀନ ୧୭.୫ ଲକ୍ଷ ଟଙ୍କା, ନୂଆ ଘରକୁ ସର୍ବେକ୍ଷଣରେ ସ୍ଥାନ ଦେଇ କ୍ଷତିପୂରଣ, ଭୂମିହୀନଙ୍କୁ ଚିହ୍ନଟ କରି ଉପଯୁକ୍ତ ଥଇଥାନ ସୁବିଧା, ଗାଁଗୁଡ଼ିକ ବିସ୍ଥାପିତ ନହେବା ବା ସମସ୍ତଙ୍କୁ ପୁନଃର୍ବାସ ସୁବିଧା ନମିଳିବା ପର୍ଯ୍ୟନ୍ତ ଖଣି ଖନନ ବନ୍ଦ, ମେଣ୍ଡ୍ରା ଥଇଥାନ ଓ ପୁନଃର୍ବାସ କଲୋନିର ଜମି ପଟ୍ଟା ପ୍ରଦାନ ଦାବିରେ ଆନ୍ଦୋଳନରେ ବସିଛନ୍ତି । ଆଜି ପୋଲିସ ବିକ୍ଷୋଭକାରୀଙ୍କୁ ଉଠାଇବାକୁ ପ୍ରୟାସ ବେଳେ ଦେଖାଦେଇଛି ଉତ୍ତେଜନା । Post navigation ବଲେ ବଲେ ଢାବା ସହ କିଛି ସମ୍ପର୍କ ନାହିଁ: ବିଜେଡି ନେତ୍ରୀ ଏଲିନା ଲୋକସେବା ଭବନରେ କାର୍ଯ୍ୟରତ ଏଏସ୍ଓଙ୍କ ମୃତଦେହ ଉଦ୍ଧାର