କର୍ପୋରେଟର୍ଙ୍କୁ ଗିରଫ ଦାବି ନେଇ ବିଏମସି ଅଫିସ୍ ଘେରାଉ । ବିଏମସି ଅଫିସ ଘେରାଉ ଉଦ୍ୟମ କଲେ ୨୯ ନଂ ୱାର୍ଡର ବାସିନ୍ଦା। ୪୪ ନଂ ୱାର୍ଡର ବିଜେଡ଼ି କର୍ପୋରେଟର୍ଙ୍କୁ ଗିରଫ ଦାବି ନେଇ ଅଫିସ୍ ସମ୍ମୁଖରେ ଶତାଧିକ ଲୋକଙ୍କ ପ୍ରତିବାଦ। ବିଏମସି ଅଫିସ ଘେରାଉ କରିବା ସହ ୪ ନମ୍ବର ଗେଟ୍ ଭାଙ୍ଗି ବିଏମସି କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରି ବିକ୍ଷୋଭ କରିଛନ୍ତି । ଏହା ସହ ମେୟର ସୁଲୋଚନା ଦାସ ଦଳକୁ ନେଇ ଅଫିସ ରେ ପକ୍ଷପାତିତା କରୁଛନ୍ତି ବୋଲି ୱାର୍ଡର ବାସିନ୍ଦା ଅଭିଯୋଗ କରିଛନ୍ତି। ଏଥି ସହିତ ମେୟର କ୍ଷମା ପ୍ରାର୍ଥନା କରିବା ସହ ଇସ୍ତଫା ମଧ୍ଯ ଦାବି କରିଛନ୍ତି ୱାର୍ଡର ବାସିନ୍ଦା। ତେବେ ଯେପର୍ଯ୍ୟନ୍ତ ମେୟର କ୍ଷମା ପ୍ରାର୍ଥନା କରିନାହାଁନ୍ତି ସେ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ୱାର୍ଡର ବାସିନ୍ଦା ଚେତାବନୀ ଦେଇଛନ୍ତି । ୱାର୍ଡ ବାସିନ୍ଦା କହିଛନ୍ତି ବିଏମସି ଅଫିସ୍ ରେ ହୋଇଥିବା ମାଡ ଘଟଣାରେ କର୍ପୋରେଟର୍ ଜୀବନ ରାଉତଙ୍କ ଦୋଷ ନଥାଇ ଦୋଷୀ ସଜାଇ କାହିଁକି ଜେଲ ପଠାଗଲା। ତେଣୁ ଏହି ଘଟଣାରେ ମେୟର ସୁଲୋଚନା ଦାସ କ୍ଷମା ପ୍ରାର୍ଥନା କରନ୍ତୁ । ସୂଚନା ଯୋଗ୍ୟ; କିଛି ଦିନ ତଳେ ବିଏମସିର ଜଣେ ଅଫିସରଙ୍କୁ ମାଡ ମାରି ଜୀବନ ରାଉତଙ୍କ ସମେତ ୫ ଜଣ ଗିରଫ ହୋଇଥିଲେ। Post navigation ବର୍ଷା ପାଇଁ ଭଦ୍ରକରେ ସମସ୍ତ ସ୍କୁଲ ବନ୍ଦ ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବୋର୍ଡ ଅଫିସ୍ର ଜଣେ କର୍ମଚାରୀଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ