ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତାବ ଲୋଡ଼ିଛନ୍ତି । ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନ ଚିଠି ଲେଖିଛନ୍ତି ।

ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ । ମହାରାଷ୍ଟ୍ରର ୭, ତାମିଲନାଡୁ ଓ ବିହାରର ୬, ପଶ୍ଚିମବଙ୍ଗର ୫ଟି ଆସନ ଖାଲି ହେବ । ସେହିପରି ଆସାମର ୩, ତେଲଙ୍ଗାନା, ଛତିଶଗଡ଼ ଓ ହରିୟାଣାର ୨ଟି ଆସନ, ଓଡ଼ିଶାର ୪ଟି ଓ ହିମାଚଳ ପ୍ରଦେଶର ଗୋଟିଏ ଆସନ ଖାଲି ହେବାର ଅଛି ।

ଏପ୍ରିଲ ୨ ତାରିଖରେ ମହାରାଷ୍ଟ୍ରର ୭, ଓଡ଼ିଶାର ୪, ତାମିଲନାଡ଼ୁର ୬ ଓ ପଶ୍ଚିମବଙ୍ଗର ୫ଟି ଆସନ ଖାଲି ହେବ । ସେହିପରି ଏପ୍ରିଲ ୯ରେ ତେଲେଙ୍ଗାନାର ୨ଟି, ଆସାମର ୩, ବିହାରର ୫, ଛତିଶଗଡ଼ର ୨, ହରିୟାଣାର ୨ ଏବଂ ହିମାଚଳ ପ୍ରଦେଶର ଗୋଟିଏ ଆସନ ଖାଲି ହେବ ।

ଆସନ୍ତା ଏପ୍ରିଲ ୨ ତାରିଖରେ ସରୁଛି ଓଡ଼ିଶାର ୪ ସାଂସଦଙ୍କ କାର୍ଯ୍ୟକାଳ । ଓଡ଼ିଶାରୁ ବିଜେଡ଼ିର ଦୁଇ ସାଂସଦ ମୁନ୍ନା ଖାଁ ଓ ନିରଞ୍ଜନ ବିଶି ଏବଂ ବିଜେପିର ଦୁଇ ସାଂସଦ ସୁଜିତ କୁମାର ଏବଂ ମମତା ମହାନ୍ତଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।

ଉପରୋକ୍ତ ଖାଲି ପଦବୀ ପୂରଣ କରିବା ପାଇଁ, ଉପଯୁକ୍ତ ସମୟରେ ସମ୍ପୃକ୍ତ ରାଜ୍ୟରୁ ରାଜ୍ୟ ପରିଷଦ ପାଇଁ ଦ୍ବିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ସେଥିପାଇଁ ସଜବାଜ ହୁଅନ୍ତୁ ବୋଲି କମିଶନ କହିଛନ୍ତି ।

Leave a Reply

Your email address will not be published. Required fields are marked *