private-bus-owners-withdraw-strike-in-odisha
ବସ୍ ଯାତ୍ରୀଙ୍କ ପାଇଁ ବଡ ସୂଚନା । ଆସନ୍ତା ୨୪ ତାରିଖରୁ ରାଜ୍ୟବ୍ୟାପୀ ହେବାକୁଥିବା ଘରୋଇ ବସ୍ ଧର୍ମଘଟ ଡାକରାକୁ ବସ୍ ମାଲିକ ସଂଘ ଆଜି ପ୍ରତ୍ୟାହୃତ କରିଛି ।
 
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବସ୍‌ ସେବା ସଂପ୍ରସାରଣକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଥିଲା ।
 
ତେବେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସହିତ ଘରୋଇ ବସ ମାଲିକ ସଙ୍ଘର ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ କାର୍ଯ୍ୟକାରୀ ହେବନାହିଁ ବୋଲି ବସ୍ ମାଲିକ ସଂଘକୁ ପ୍ରତିଶୃତି ମିଳିଛି ।
 
ଆସନ୍ତାକାଲିର ଧର୍ମଘଟ ପୂର୍ବରୁ ବସ୍‌ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା
 

By Nirvay

Leave a Reply

Your email address will not be published. Required fields are marked *