ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ, ଆଜି ଆମେ ପ୍ରଥମେ ସେହି ବୀର ଆତ୍ମାମାନଙ୍କୁ ସ୍ମରଣ କରିବା ଉଚିତ, ଯେଉଁମାନେ ମାତୃଭୂମିକୁ ବିଦେଶୀ ଶାସନର ବନ୍ଧନରୁ ମୁକ୍ତ କରିବା ପାଇଁ ବଡ଼ ବଳିଦାନ ଦେଇଥିଲେ । କିଛି ଜଣାଶୁଣା ଥିବା ବେଳେ ଆଉ କିଛି ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଆମେ ଆଜି ଯାଏଁ ଜାଣିନୁ । ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିନିଧି ଭାବରେ ଠିଆ ହୋଇଥିବା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ କୁ ଆମେ ଚଳିତ ବର୍ଷ ପାଳନ କରୁଛୁ । ବିଗତ ୭୫ ବର୍ଷ ଭିତରେ ମହିଳାଙ୍କ ଅନେକ ଯୋଗଦାନ ରହିଛି । ମହିଳାଙ୍କୁ ସମାନତା ନେଇ ସରକାର ଅଗ୍ରାଧିକାର ଦେଉଛନ୍ତି । ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଏକ କ୍ରାନ୍ତିକାରୀ ପଦକ୍ଷେପ ବୋଲି କହିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ପୁଣି କହିଛନ୍ତି ଯେ ଆଜି ଭାରତ ଅନ୍ତର୍ଜାତୀୟ ମଞ୍ଚରେ ନେତୃତ୍ୱ ନେଉଛି । ଆମ ସମ୍ବିଧାନର ବ୍ଲୁପ୍ରିଣ୍ଟ ବିନା ଏହି ପରିବର୍ତ୍ତନ ସମ୍ଭବ ହୋଇନଥାନ୍ତା । ସରକାର ଶିକ୍ଷା କ୍ଷେତ୍ରରେ ନିଜର ପୁଞ୍ଜିନିବେଶ ବୃଦ୍ଧି କରିଛନ୍ତି ଏବଂ ଶିକ୍ଷାର ସୁଦୃଢ଼ ଭିତ୍ତିଭୂମିର ଉନ୍ନତି ଆଣିବା ପାଇଁ ସମସ୍ତ ପ୍ରୟାସ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରକୁ ସମ୍ୱୋଧିତ କରି କହିଛନ୍ତି ଯେ ଦେଶର ବୈଜ୍ଞାନିକ, ପ୍ରଯୁକ୍ତି ବିଶେଷଜ୍ଞ ପୂର୍ବାପେକ୍ଷା ବହୁ ଉଚ୍ଚ ଲକ୍ଷ୍ୟ ହାସଲ କରୁଛନ୍ତି । Post navigation ଭାରତ ଫେରିବ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବୁର ରାଣା ପଦ୍ମ ପୁରସ୍କାର-୨୦୨୫ ବିଜେତାଙ୍କ ପ୍ରଥମ ତାଲିକା ଘୋଷଣା କଲେ କେନ୍ଦ୍ର ସରକାର