ଆଜି କେରଳ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚାରି ଦିନ ପାଇଁ କେରଳ ଗସ୍ତରେ ଯାଇଥିବା ସମୟରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାବରୀମାଳାର ଭଗବାନ ଆୟାପ୍ପା ମନ୍ଦିରରେ ଦର୍ଶନ କରି ଆରତୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ଏହି ମନ୍ଦିର ଦର୍ଶନ କରି ଇତିହାସ ରଚିଛନ୍ତି ରାଷ୍ଟ୍ରପତି ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର କେରଳ ଗସ୍ତ ଅବସରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆସନ୍ତା କାଲି ସେ ରାଜଭବନରେ ପୂର୍ବତନ ରାଷ୍ଟ୍ରପତି କେ.ଆର. ନାରାୟଣନ ତଥା କେରଳର ପ୍ରଥମ ରାଷ୍ଟ୍ରପତି ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ବୁଧବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସାବରୀମାଳା ମନ୍ଦିର ଗସ୍ତ ସମୟରେ କେରଳର ପ୍ରମାଦମ ଷ୍ଟାଡିୟମରେ ଥିବା ହେଲିକପ୍ଟରଟି ଅବତରଣ କରିବା ସମୟରେ ହେଲିପ୍ୟାଡର ଏକ ଅଂଶ ଆଂଶିକ ଭାବରେ ଭୁଶୁଡ଼ି ପଡ଼ିଥିଲା । ତେବେ ଏହି ଘଟଣା ରାଷ୍ଟ୍ରପତିଙ୍କ ପାଇଁ କୌଣସି ବିପଦ ସୃଷ୍ଟି କରିନାହିଁ । Post navigation President chopper scare: କେରଳରେ ରାଷ୍ଟ୍ରପତିଙ୍କ ଚପର୍ ଲ୍ୟାଣ୍ଡିଂ ବେଳେ ଅଘଟଣ