ଭୁବନେଶ୍ୱର ଏମ୍ସରେ ଗୁରୁତର ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି ।ଏଫଏମ କଲେଜରେ ଜଳି ଆତ୍ମାହୁତି ହେଇଥିବା ପୀଡ଼ିତା ସୌମ୍ୟାଶ୍ରୀଙ୍କୁ ଏମ୍ସରେ ଭେଟିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍କୁ ଯାଇ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୌମ୍ୟାଶ୍ରୀଙ୍କ ଅବସ୍ଥା ପଚାରି ବୁଝିବା ସାଙ୍ଗକୁ ଡାକ୍ତରଙ୍କ ସହ ଚିକିତ୍ସା ସମ୍ପର୍କରେ ସମ୍ପୂର୍ଣ୍ଣ ଆଲୋଚନା କରିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଏକ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିବାବେଳେ ବର୍ଣ୍ଣ ୟୁନିଟିକୁ ଯାଇ ସୋମ୍ୟାଶ୍ରୀଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତିଙ୍କ ସହ ବର୍ଣ୍ଣ ୟୁନିଟ୍କୁ ଗଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ, ଭୁବନେଶ୍ୱର ଏମ୍ସ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ଡିଗ୍ରୀପ୍ରାପ୍ତ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଉଛି Post navigation ଛାତ୍ରୀ ଆତ୍ମାହୂତି ଘଟଣା ପଛରେ ଛାତ୍ର କଂଗ୍ରେସର ନେତାମାନେ ଉସ୍କାଇଥିବା ପ୍ରମାଣ ସାମାଜିକ ଗଣମାଧ୍ୟମରେ ରହିଛି : ବିରଂଚି ନାରାୟଣ ତ୍ରିପାଠୀ ଏମ୍ସର ୬୪୩ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କଲେ ରାଷ୍ଟ୍ରପତି