ଆସନ୍ତା ଜାନୁଆରୀ ୮ ତାରିଖରୁ ଭୁବନେଶ୍ୱର ଜନତା ମୈଦାନ ଠାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବ । ଜାନୁଆରୀ ୮ ତାରିଖରୁ ୧୦ ତାରିଖ ଯାଏଁ ଚାଲିବ ଏହି କାର୍ଯ୍ୟକ୍ରମ । ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦ୍ଯାପନୀ ଦିବସରେ ଯୋଗଦେବେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପ୍ରଧାନମନ୍ତ୍ରୀ ଓ ସ୍ଵରାଷ୍ଟ୍ର ମନ୍ତ୍ରୀ ଆସିବା ନେଇ ମଧ୍ୟ କାର୍ଯ୍ୟସୂଚୀ ରହିଛି । ୧୪୦ଟି ଦେଶରୁ ୫୦୦୦ ରୁ ଉର୍ଦ୍ଧ ପ୍ରବାସୀ ଭାରତୀୟ ଆସିବା ନେଇ ସୂଚନା ଦେଇଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର । Post navigation ଇସ୍ତଫା ଦେଲେ ରଘୁବର; ଡକ୍ଟର ହରିବାବୁ କମ୍ଭମପତି ଓଡ଼ିଶାର ନୂଆ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କଲେ ଇଣ୍ଡିଆନ ଅଏଲ ଚେୟାରମ୍ୟାନ୍ ଏ.ଏସ୍. ସାହନି