ନୟାଗଡରେ ମହାମହିମ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ କଣ୍ଟିଲୋର ପ୍ରସିଦ୍ଧ ନୀଳମାଧବଙ୍କ ପୀଠକୁ ଯାଇଥିଲେ। ପାଖାପାଖି ୩୦ ମିନିଟ୍ ଉପରେ ନୀଳମାଧବଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି।

ତେବେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ତାଙ୍କ ସହ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାଚସ୍ପତି ସୁରମା ପାଢୀ ପ୍ରମୁଖ ମଧ୍ୟ ନୀଳମାଧବଙ୍କ ପୀଠକୁ ଯାଇ ସେଠାରେ ଦର୍ଶନ କରିଛନ୍ତି। ଏହାପରେ ଶବର ରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀ ପରିଦର୍ଶନରେ ଯାଇଛନ୍ତି। ସେଠାରେ ରାଷ୍ଟ୍ରପତି ଶବର ସମ୍ପ୍ରଦାୟଙ୍କର ମହାଯଜ୍ଞରେ ଯୋଗଦେଇ ସେଠାରେ ଶବର ରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ।

Leave a Reply

Your email address will not be published. Required fields are marked *