ଅଣନାଗରିକ ଦମ୍ପତିଙ୍କ ପିଲା ଆମେରିକାରେ ଫେବୃଆରୀ ୨୦ ପରେ ଜନ୍ମ ହେଲେ ତାଙ୍କୁ ଜନ୍ମଗତ ନାଗରିକତ୍ୱ ଅଧିକାର ମିଳିବ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସ୍ବାକ୍ଷର ପରେ ଛାନିଆ ଭାରତୀୟ। ବର୍ଥରାଇଟ୍ ସିଟିଜେନସିପ୍ ସଂଶୋଧନ ପରେ ଛାନିଆ ହୋଇପାରିଛନ୍ତି ପ୍ରବାସୀ । ଟ୍ରମ୍ପ୍ଙ୍କ ନିର୍ଦ୍ଦେଶନାମା ପରେ ଆମେରିକାରେ ରହୁଥିବା ଭାରତୀୟଙ୍କ ସମେତ ବିଭିନ୍ନ ଦେଶର ଦମ୍ପତିମାନେ ଆସନ୍ତା ୧୯ ତାରିଖ ପୂର୍ବରୁ ପିଲା ଜନ୍ମ ପାଇଁ ମାଟର୍ନିଟି କ୍ଲିନିକ୍ଗୁଡ଼ିକରେ ଭିଡ଼ ଜମାଇବାରେ ଲାଗିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରସବ ଲାଗି ସିଜରିଆନ୍ ସେକ୍ସନର ସହାୟତା ନେଉଛନ୍ତି। ଅନ୍ୟପକ୍ଷେ ଏଭଳି ଉପାୟରେ ଜନ୍ମିତ ଶିଶୁ ଓ ତାଙ୍କ ମା’ଙ୍କ ସ୍ବାସ୍ଥ୍ୟକୁ ନେଇ ଡାକ୍ତରମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ଅନ୍ୟପଟେ ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜନ୍ମଗତ ନାଗରିକତ୍ବ ଉଚ୍ଛେଦ ନିଷ୍ପତ୍ତିଉପରେ ଏକ ଫେଡେରାଲ ଅଦାଲତ ସ୍ଥଗିତ ରଖିଛନ୍ତି। ଅଦାଲତଙ୍କ ଏହି ରାୟ ଆମେରିକାରେ ରହୁଥିବା ହଜାର ହଜାର ପ୍ରବାସୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। Post navigation ଓସ୍କାର-୨୦୨୫ ନୋମିନେସନରେ ସ୍ଥାନ ପାଇଲା ‘ଅନୁଜା’ ହସ୍ପିଟାଲରେ ଡ୍ରୋନ୍ ଆକ୍ରମଣ; ୭୦ ମୃତ