ଭକ୍ତ-ନବୀନ ମିଳନ ପତନର କାରଣ ହେବ କହିଲେ ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ । ସେ କହିଛନ୍ତି ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ ରାୟ ଜିତିବେ। ଜଗନ୍ନାଥ ତାଙ୍କୁ ଜିତାଇବେ । ବିଜେପି ଦଳ ଠିକ୍ ଲୋକଙ୍କୁ ପ୍ରାର୍ଥୀ କରିଛି । କିନ୍ତୁ ଭକ୍ତ ଓ ନବୀନ ବାବୁଙ୍କ ଏକାଠି ହେବା ନବୀନଙ୍କ ପତନର କାରଣ ହେବ । ଯାହା ପତନ ହୋଇଛି ଆହୁରି ପତନ ହେବ । ଦିଲ୍ଲୀପ ରାୟ ତ ଜିତିକି ଅଛନ୍ତି, କେମିତି ଜିତିବେ ପଚାରନ୍ତୁନି । ରାଜନୀତିର ଅନ୍ୟ ନାମ ହେଉଛି ଷଡ଼ଯନ୍ତ୍ର । ଯିଏ ଭଲ ଷଡ଼ଯନ୍ତ୍ର କରିପାରେ ସିଏ ରାଜନୀତିରେ ସେତେ ଭଲ ଉଠେ । ନବୀନ ବାବୁଙ୍କ ଭଳି ବଡ଼ ଷଡ଼ଯନ୍ତ୍ରକାରୀ ଆଉ କେହି ହୋଇପାରିବେ ନାହିଁ । କିନ୍ତୁ ସେ ଆଉ ସଫଳ ହୋଇପାରିବେ ନାହିଁ । ସେ ବହୁତ ଭୂଆଁ ବୁଲାଉଛି, କିନ୍ତୁ ସବୁ ସରିଗଲା । ଏହା ସହ ପ୍ରସନ୍ନ ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ପାଣ୍ଡିଆନଙ୍କ ରାଜୁତି ପରେ ଆଉ କେହି ରାଜୁତି କରିପାରିବେ ନାହିଁ । ଲୋକଙ୍କ ତାଙ୍କୁ ପରାସ୍ତ କରିସାରିଛନ୍ତି । ଆଗକୁ ଜିତିବାର ଯେଉଁ କୌଶଳ ଦରକାର ସେଥିରେ ନବୀନ ବାବୁ ଜଣେ ମିଛୁଆ । କାରଣ କହିଲେ ଗୋଟେ କଥା କରିଲେ ଗୋଟେ । ନବୀନ ବାବୁ ଜଣେ ଯେତେ ବଡ଼ ମିଛୁଆ ପ୍ରମାଣିତ ହେଲେ ତାଠାରୁ ବଡ଼ ମିଛୁଆ ପାଣ୍ଡିଆନ । Post navigation Rajya Sabha Nominations: ବିରାଟ ପଟୁଆରାରେ ଆସି ନାମାଙ୍କନ ଭରିଲେ ମନମୋହନ ସାମଲ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟ OTET Paper Leak Case:ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ୮ ଜଣ ଅଭିଯୁକ୍ତଙ୍କୁ ମିଳିଲା ଜାମିନ