ଟୋକିଓରେ ଆୟୋଜିତ ଜାପାନ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ତିନିଟି ସ୍ଵର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ପାରା ବ୍ୟାଡ୍ମିଣ୍ଟନ ଖେଳାଳି ପଦ୍ମଶ୍ରୀ ପ୍ରମୋଦ ଭଗତ ।ନଭେମ୍ବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ପ୍ରମୋଦ ଭଗତ ସିଙ୍ଗଲସ, ଡବଲ୍ସ ଏବଂ ମିକ୍ସଡ ଡବଲ୍ସରେ ସ୍ଵର୍ଣ୍ଣ ପଦକ ଜିତି ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିଛନ୍ତି । ପ୍ରମୋଦ ଏକ ସିଙ୍ଗଲ୍ସ ଫାଇନାଲରେ ଜାପାନର ଦାଇସୁକୁ ଫୁଜିହାରାଙ୍କୁ ୧୭-୨୧, ୨୧-୧୯ ଓ ୨୧-୧୦ ରେ ପରାସ୍ତ କରିଥିଲେ । ସେହିପରି, ପୁରୁଷ ଡବଲ୍ସରେ, ଭଗତ ଏବଂ ସୁକାନ୍ତ କାଦମ୍ବ ନବୀନ ଶିବକୁମାର- ଜଗଦୀଶ ଦିଲ୍ଙ୍କୁ ୨୧-୧୭,୧୮-୨୧ ଓ ୨୧-୧୬ରେ ପରାସ୍ତ କରିଥିଲେ । ଭାରତୀୟ ଖେଳାଳି ନିତେଶ କୁମାର ଏବଂ ତୁଳାସିମଥି ମୁରୁଗେସନଙ୍କୁ ୨୧-୧୯ ଓ ୨୧-୧୯ରେ ପରାସ୍ତକରି ପ୍ରମୋଦ – ମନୀଷା ରାମଦାସଙ୍କ ଯୋଡି SL4-SU5 ମିଶ୍ରିତ ଡବଲ୍ସ ଟାଇଟଲ ଜିତିଥିଲେ । ଏହି ସଫଳତା ପରେ ପ୍ରମୋଦଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । Post navigation Delhi Blast: ଦିଲ୍ଲୀ ଲାଲ୍କିଲ୍ଲା ନିକଟରେ ବିସ୍ଫୋରଣ: ୮ ମୃତ, ୧୪ ଆହତ