ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧୨ତମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ ସମେତ ଭାରତର ବିଭିନ୍ନ ହସ୍ତତନ୍ତ ବ୍ୟବସାୟକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଦେଶର ହସ୍ତତନ୍ତ ବ୍ୟବସାୟ ଦ୍ରୁତ ଗତିରେ ଆଗକୁ ବଢୁଛି। ଲୋକଙ୍କ ମଧ୍ୟରେ ହସ୍ତ କାରିଗରୀ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛି। ଲୋକଙ୍କ ମଧ୍ୟରେ ହସ୍ତତନ୍ତର ସ୍ଥାନ ବଜାୟ ରହିଛି। ଲୋକେ ଖଦୀକୁ ‌ଅଧିକ ପସନ୍ଦ କରୁଛନ୍ତି। ଅଗଷ୍ଟ ୭ରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ଏଥିସହ ହସ୍ତତନ୍ତ ବ୍ୟବସାୟକୁ ଆଗକୁ ବଢାଉଥିବା ମହିଳାମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।

ଖଦି ଗ୍ରାମ ଉଦ୍ୟୋଗ ବ୍ୟବସାୟ ୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ଏବଂ ହସ୍ତତନ୍ତ ସାମଗ୍ରୀର ବିକ୍ରି ୪୦୦% ବୃଦ୍ଧି ପାଇଛି ବୋଇଲି କହିଛନ୍ତି।

ଏଥିସହ ଇଣ୍ଟରନ୍ୟାସନାଲ୍ ମ୍ୟାଥସ୍ ଅଲିମ୍ପିୟାନ୍‌ ବିଜେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶବାସୀଙ୍କୁ ପ୍ୟାରିସ ଅଲିମ୍ପିକ୍ସ ଖେଳାଳିଙ୍କ ମନୋବଳ ବଢ଼ାଇବାକୁ କହିଛନ୍ତି। ଭାରତକୁ ବିଶ୍ୱସ୍ତରକୁ ନେଇ ତ୍ରିରଙ୍ଗା ଲହରାଇବା ଓ ଦେଶ ପାଇଁ ସୁନାମ ଆଣିବାକୁ ଅଲିମ୍ପିକ୍ସ ଆମ ଖେଳାଳିମାନଙ୍କୁ ସୁଯୋଗ ଦେଇଛି।

ସେ ଆହୁରି କହିଛନ୍ତି, ଡ୍ରଗ୍ସ ଶିକାର ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ‘ମାନସ’ ନାମକ ଏକ ସ୍ୱତନ୍ତ୍ର କେନ୍ଦ୍ର ଖୋଲିଛନ୍ତି। ଡ୍ରଗ୍ସ ବିରୋଧରେ ଲଢ଼େଇରେ ଏହା ଏକ ବଡ ପଦକ୍ଷେପ। ସମସ୍ତ ଲୋକଙ୍କୁ, ସମସ୍ତ ପରିବାରକୁ, ଭାରତକୁ ‘ଡ୍ରଗ୍ସ ଫ୍ରି’ କରିବାରେ ଜଡିତ ସମସ୍ତ ସଂଗଠନ ମାନସ ହେଲ୍ପଲାଇନର ସମ୍ପୂର୍ଣ୍ଣ ଉପଯୋଗ କରିବାକୁ ଅନୁରୋଧ କରୁଛି।

Leave a Reply

Your email address will not be published. Required fields are marked *