ଜାତୀୟ ସିନିୟର କ୍ରିକେଟ ଟିମ୍ର ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା । ଶିବସୁନ୍ଦର ଦାସଙ୍କ ସହ ଦ୍ବିତୀୟ ଓଡ଼ିଆ ଭାବେ ଚୟନ କମିଟିରେ ସ୍ଥାନିତ ହେଲେ ପ୍ରଜ୍ଞାନ । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ସ୍ଥାନ ପାଇଲେ ପ୍ରଜ୍ଞାନ ।ନୂଆ ସଦସ୍ୟ ଭାବେ ଆର୍ପି ସିଂ ସାମିଲ ସହ ନିଜ ସ୍ଥାନ ବଜାୟ ରଖିଛନ୍ତି ଅଜୟ ରାତ୍ରା। ପ୍ରଜ୍ଞାନ ଓଝା ଭାରତ ପାଇଁ କ୍ରିକେଟର ତିନୋଟି ଫର୍ମାଟରେ ଖେଳିଛନ୍ତି। ସେ ୨୦୦୮ରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଏବଂ ୨୦୧୩ରେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସ୍ପିନ୍ ବୋଲର ଓଝା ଭାରତ ପାଇଁ ୨୪ ଟେଷ୍ଟ, ୧୮ ଦିନିକିଆ ଏବଂ ୬ ଟି-୨୦ ଖେଳି ଯଥାକ୍ରମେ ୧୧୩, ୨୧ ଏବଂ ୧୦ ୱିକେଟ୍ ନେଇଥିଲେ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ସମୟରେ ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ କୌଣସି ୧୬ ବର୍ଷରୁ କମ୍ ଖେଳାଳି ରଣଜୀ ଟ୍ରଫିରେ ସେମାନଙ୍କ ରାଜ୍ୟକୁ ଅତି କମରେ ଗୋଟିଏ ମ୍ୟାଚ୍ ପାଇଁ ପ୍ରତିନିଧିତ୍ୱ ନକରିବା ପର୍ଯ୍ୟନ୍ତ ଆଇପିଏଲ୍ ଖେଳିପାରିବେ ନାହିଁ। Post navigation ଗୋପବନ୍ଧୁ ଜୟନ୍ତୀରୁ ମସେ ପର୍ଯ୍ୟନ୍ତ ବିଜେଡି କରିବ ପଦଯାତ୍ରା କଟକ ଦୁର୍ଗା ପୂଜାରେ ଜଗିବେ ୧୨୨ ପ୍ଲାଟୁନ୍ ଫୋର୍ସ