ଚଳତବର୍ଷ ନିର୍ବାଚନ ବେଳେ ଓ ତାପୂର୍ବରୁ ଜିଲ୍ଲାରୁ ଜିଲ୍ଲା ବୁଲୁଥିବା ଭି.କେ ପାଣ୍ଡିଆନଙ୍କ ହେଲିକପଟର ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାରିଆଡେ ଚାଲିଥିବା ବେଳେ ଏବେ ପାଣ୍ଡିଆନଙ୍କ ବାବଦରେ ଆରଟିଆଇ ତଥ୍ୟ ନେଇ ଟାର୍ଗେଟ କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ । ସେ କହିଛନ୍ତି ୭ ଜିଲ୍ଲାରୁ ପାଣ୍ଡିଆନଙ୍କ ହେଲିପ୍ୟାଡ଼ ବାବଦ ତଥ୍ୟ ଆସିଛି । ପାଣ୍ଡିଆନ ୯ରୁ ୧୦ ଥର ଚାର୍ଟାଡ ଫ୍ଲାଇଟ୍‌ ବ୍ୟକ୍ତିଗତ ବ୍ୟବାହାର କରିଛନ୍ତି ।ପ୍ରତି ହେଲିପ୍ୟାଡ ପାଇଁ ୨/୩ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ମୋଟ ୫୦ରୁ ୬୦ ଲକ୍ଷ ଖର୍ଚ୍ଚ ହୋଇଛି । ୨ କି ୩ ଥର ହେଲିକପ୍ଟର ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇଛନ୍ତି ।

ସେ ଆଉ ମଧ୍ଯ କହିଛନ୍ତି ମୁଖ୍ୟମନ୍ତ୍ରୀ ଚାର୍ଟାଡ ଫ୍ଲାଇଟ ଅନୁମତି ଦେଇଥିଲେ ନା ନାହିଁ ତାହା ଜଣାପଡ଼ିନାହିଁ । ଅଭିଯୋଗ ଫର୍ଦ୍ଦ ଆଣିବାକୁ ୨୦୨୩ରେ ପାଣ୍ଡିଆନ ୨୦୦ ଥର ଯାଇଛନ୍ତି । ୫ ବର୍ଷରେ ରାଜ୍ୟ ସରକାରଙ୍କ ଚାଟାର୍ଡ ଫ୍ଲାଇଟ୍‌ ପାଇଁ ୫୧ କୋଟି ବ୍ୟୟ ହୋଇଛି । ସେହିପରି ହେଲିକପ୍ଟର ପାଇଁ ରାଜ୍ୟ ସରକାର ବ୍ୟୟ କରିଛନ୍ତି ୫୨ କୋଟି ହୋଇଛି ।

Leave a Reply

Your email address will not be published. Required fields are marked *