ଭୁବନେଶ୍ବର: ନବୀନ ନିବାସରେ ଆଜି ସନ୍ଧ୍ୟାରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ବିଧାୟିକା ପଦ୍ମିନୀ ଦିଆନ, ବିଧାୟକ ମନୋହର ରାନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ପ୍ରଦୀପ ମାଝୀ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଉମଟକୋଟର ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ବିଜେଡି ନେତା ମାନସ ମାଡକାମି, ଚନ୍ଦ୍ର ଶେଖର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ ପ୍ରଦୀପ ମାଝୀ ନବରଙ୍ଗପୁରରୁ ସାଂସଦ ପ୍ରାର୍ଥୀ ହେବେ । ସେହିପରି ରମେଶ ମାଝୀ ଝରିଗାଁରୁ, ନବୀନା ନାୟକ ଉମରକୋଟ, ମନୋହର ରାନ୍ଧାରି ଡାବୁଗାଁ, ଲକ୍ଷ୍ମୀପ୍ରିୟା ନାୟକ ଚିତ୍ରକୋଣ୍ଡା, ମାନସ ମାଡ଼କାମୀ ମାଲକାନଗିରି, ଚନ୍ଦ୍ରଶେଖର ମାଝୀ କୋଟପାଡ଼ ତଥା ସଦାଶିବ ପ୍ରଧାନୀ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । Post navigation କୋରାପୁଟ ଲୋକସଭା ନିର୍ବାଚମଣ୍ଡଳୀକୁ ନେଇ ବିଜେଡିର ପ୍ରସ୍ତୁତି ବୈଠକ ମେଣ୍ଟ କେଁ: ଭାଜପା ସରକାରରେ ସାମିଲ ହେଉ, ଚାହୁଁନାହାନ୍ତି ପାଣ୍ଡିଆନ