ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଶଙ୍ଖ ଭବନରେ ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବିପୁଳ ଉତ୍ସାହ ସହ ପାଳିତ ହୋଇ ଯାଇଛି । ଏହି ସମୟରେ ଖୋଲା ମଞ୍ଚରେ ବିସ୍ଫୋରଣ ବୟାନ ଦେଇଛନ୍ତି ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ଏହି ସମୟରେ ବିଜେଡି ନେତାଙ୍କ ଉପରେ ବର୍ଷିବା ସହ ପଣ୍ଡିଆନ ଦମ୍ପତିଙ୍କୁ ପ୍ରଶଂସା କରିଛନ୍ତି ପ୍ରଭାତ । ପ୍ରଭାତ ବିଶ୍ୱାଳ ବବି, ଦେବୀ, ଅତନୁ, ପ୍ରତାପ ଓ ସଞ୍ଜୟଙ୍କ ନାଁ ନେଇ କହିଛନ୍ତି ଅଯଥା ଦଳୀୟ କାର୍ଯ୍ୟକ୍ରମରେ ହସ୍ତକ୍ଷେପ କରନ୍ତୁ ନାହିଁ । ହାରି ଯାଇଥିବା ବିଜେଡି ନେତାଙ୍କୁ ଅନୁରୋଧ, ନିଜ ନିର୍ବାଚନମଣ୍ଡଳୀ ଜଗନ୍ତୁ । ଦଳ ବିଷୟରେ ମୁଣ୍ଡ ପୂରାନ୍ତୁ ନାହିଁ । ମେ ୨୯ର ଚକ୍ରାନ୍ତ ହୁ ହୁ ହୋଇ ଜଳୁଛି । ସେ ଆଉ ମଧ୍ୟ କହିଛନ୍ତି ପ୍ୟାରୀମୋହନଙ୍କ ପରେ ପାଣ୍ଡିଆନଙ୍କ ଦଳ ପ୍ରତି ଯଥେଷ୍ଟ ଅବଦାନ ଅଛି । ପାଣ୍ଡିଆନଙ୍କ ପାଇଁ ୨୦୧୯ରେ ବିଜୁ ଜନତା ଦଳ ସରକାର ଗଢ଼ିଥିଲା । ଭି. କାର୍ତ୍ତିକେୟ ପାଣ୍ଡିଆନ ଓ ତାଙ୍କ ଧର୍ମପତ୍ନୀ ଦଳ ଓ ରାଜ୍ୟ ପାଇଁ ନିଷ୍ଠାର ସହ ଦିନ ରାତି ପରିଶ୍ରମ କରିଛନ୍ତି। ତେବେ ଲୋକଙ୍କ ସେବା ପାଇଁ ଏକ IAS ଭଳି ଶୀର୍ଷ ଚାକିରୀ ଛାଡ଼ିଦେବା କୌଣସି ସାଧାରଣ କଥା ନୁହେଁ। ତାଙ୍କ ପ୍ରତି ଅବିଚାର ହେଲେ ମୁଁ ବିରୋଧ କରିବି । ସୁଜାତା କାର୍ତ୍ତିକେୟନଙ୍କ ଯଥେଷ୍ଟ ଅବଦାନ ଅଛି, ତାଙ୍କୁ ରାଜ୍ୟସଭା ପଠାଯାଉ । Post navigation BJD Will Stay For 100 Years: ଶହେ ବର୍ଷ ରହିବ ବିଜେଡି – ନବୀନ ପଟ୍ଟନାୟକ Mukhyamantri Bus Seva: ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ପିଲାଙ୍କୁ ମିଳିବ ମାଗଣା ବସ୍ ସେବା