ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ଦଳ ଡିଆଁ ପର୍ବ ଜୋର ଧରିଛି । ଏହାରି ଭିତରେ ବିଜେଡିର ଜଣେ ନେତା ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡି ସଭାପତି ପ୍ରଭାସ ସିଂହ । ସେ ନିଜେ ନବୀନ ନିବାସ ଆସି ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ପ୍ରଭାସ ସିଂହ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବରଗଡ଼ ସାଂସଦ ଥିଲେ । ଚଳିତ ନିର୍ବାଚନ ପାଇଁ ସେ ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ ପକ୍ଷରୁ ପରିଣୀତା ମିଶ୍ରଙ୍କୁ ଟିକେଟ ଦିଆଯାଇଛି । ବିଜେଡିରୁ ଇସ୍ତଫା ପରେ ପୂର୍ବତନ ସାଂସଦ ପ୍ରଭାସ ସିଂହଙ୍କ ପ୍ରତିକ୍ରିୟା ସାମ୍ନା କୁ ଆସିଛି। ସେ କହିଛନ୍ତି କି ବିଜେଡି ଯେଉଁ ନୀତି ଆଦର୍ଶରେ ଗଢ଼ା ହୋଇଥିଲା, ତାହା ଆଉ ନାହିଁ ଏବଂ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ ଏହା ସହ ନେତାଙ୍କ ସହ ବିଚାରବିମର୍ଶ ମଧ୍ୟ ନାହିଁ। Post navigation ଗଛରେ ପିଟି ହେଲା ବସ୍, ୧୦ ଆହତ କାରଣ ଦର୍ଶାଅ ନୋଟିସର ଉତ୍ତର ଦେଲେ ସୁର ରାଉତରାୟ