ସାମ୍ନାକୁ ଆସିଲା ବୁର୍ଲା ଭୀମସାରରେ ଚିକିତ୍ସା ଅବ୍ୟବସ୍ଥାର ଏକ କରୁଣ ଚିତ୍ର । ମୋବାଇଲ ଲାଇଟ୍ ଲଗାଇ କ୍ୟାନ୍ସର ରୋଗୀଙ୍କୁ ଦିଆଗଲା କେମୋ । ଯାହାର ଭିଡିଓ ଭାଇରାଲ ହେବାକୁ ଲାଗିଛି ।ଏଭଳି ଅଭାବନୀୟ ଦୃଶ୍ୟ ସମ୍ବଲପୁର ବୁର୍ଲା ଭୀମସାର କର୍କଟ ରୋଗ ବିଭାଗରେ ଦେଖିବାକୁ ମିଳିଛି ।ପ୍ରାୟ ୩ ଘଣ୍ଟା ଧରି ମେଡିକାଲରେ ବିଦ୍ୟୁତ କାଟ୍ ହୋଇଥିଲା । ଫଳରେ ମୋବାଇଲ ଆଲୁଅରେ ରୋଗୀଙ୍କୁ ଦିଆଯାଇଥିଲା କେମୋ । କେମୋ ଚାଲିଥିବା ବେଳେ ବିଦ୍ୟୁତ ନଥିବାରୁ ଅନ୍ଧାରରେ ବି ଚାଲିଲା ଚିକିତ୍ସା । ଜରୁରୀ ପରିସ୍ଥିତିରେ ବାଧ୍ୟ ହୋଇ କିଛି ରୋଗୀଙ୍କୁ ମୋବାଇଲ ଲାଇଟ୍ ଲଗାଇ କେମୋ ଦିଆଯାଇଥିଲା । ସୂଚନା ଯୋଗ୍ୟ; ହସ୍ପିଟାଲରେ ବିନା ସୂଚନାରେ ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏ କରେଣ୍ଟ କଟାଯାଇଥିଲା । ରୋଗୀଙ୍କୁ କେମୋ ଦେବା ସମୟରେ ହୋଇଯାଇଥିବା ଜରୁରୀ ପରିସ୍ଥିତିରେ ବାଧ୍ୟ ହୋଇ କିଛି ରୋଗୀଙ୍କୁ ମୋବାଇଲ ଲାଇଟ୍ ଲଗାଇ କେମୋ ଦିଆଯାଇଥିଲା । ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ଭୀମସାର ଅଧୀକ୍ଷକ ଲାଲମୋହନ ନାୟକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଗତ ୧୧ରେ ମରାମତି କାମ ପାଇଁ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିଲା। ତେଣୁ ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭୀମସାର ଅଧୀକ୍ଷକ କହିଛନ୍ତି। Post navigation ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବାଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତି ବିଧାନସଭାରେ ଚମ୍ପୁଆ ବିଜେଡି ବିଧାୟକଙ୍କୁ ନବୀନଙ୍କ ତାଗିତ; ବିଜେପି ଆଡ଼କୁ ଯାଉଛନ୍ତି କି କହି କଲେ ତେରଛା ବାଣ