ଭୁବନେଶ୍ବର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ୬୩ ତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଠାରେ ଯୋଗ ଦେଇ ଆଗାମୀ ଦିନରେ ଆଳୁ ମିଶନ ସଫଳ ହେବ ସହ ବିଗତ ଦିନରେ ଫେଲ୍ ହୋଇଥିବା ମିଶନ ଆଗାମୀ ଦିନରେ ସଫଳ ହେବ ବୋଲି କହି ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ପୂର୍ବ ସରକାରରେ କୃତ୍ରିମ ସମସ୍ୟା ତିଆରି କରାଯାଇଥିଲା ।ଆଳୁ ମିଶନ ନିଜ ସରକାରକୁ ବଞ୍ଚାଇବାକୁ କରିଥିଲେ ।‘ଚାଷୀ ବଞ୍ଚାଇବା କାର୍ଯ୍ୟକ୍ରମ ପୂର୍ବ ସରକାର କରିନଥିଲେ । ଏବେ ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଆଳୁ ଆସିଛି ।ଏବେ ଆଳୁ ସମସ୍ୟା ସମାଧାନ ହୋଇଛି ।

ଏହା ସହ ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି କୃଷକବନ୍ଧୁଙ୍କ ସର୍ବାଙ୍ଗୀନ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଚାଷୀଙ୍କ ସୁବିଧା ପାଇଁ ଶୀତଳଭଣ୍ଡାର ପ୍ରତିଷ୍ଠା ସହ ପୂର୍ବ ସରକାରରେ ବିଫଳ ହୋଇଥିବା ମିଶନର ସଫଳ କ୍ରିୟାନ୍ଵୟନ ପାଇଁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ। ଏହାସହ, ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଜରିଆରେ ବଜେଟରେ ୧୯୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କୃଷି ମାଧ୍ୟମରେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ସମସ୍ତେ ଚେଷ୍ଟା କରିବା ଏବଂ ଏହା ପାଇଁ ଆବଶ୍ୟକୀୟ ଆର୍ଥିକ ସହାୟତା ଆମ ସରକାର ଯୋଗାଇଦେବେ।

Leave a Reply

Your email address will not be published. Required fields are marked *