ବିଧାନସଭାରେ ଆଳୁ ପ୍ରସଙ୍ଗକୁ ନେଇ ଗୃହ ତାତି । ରାଜ୍ଯ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ମନ୍ତ୍ରୀ ୩୦ ଟଙ୍କାରେ ଆଳୁ କିଣିଥିବା କହୁଛନ୍ତି, ହେଲେ ଦୋକାନରୁ କିଣିଲେ ୬୦ ଟଙ୍କା କିଲୋ ହୋଇଗଲାଣି । କେଉଁଠୁ ଯୋଗାଣ ମନ୍ତ୍ରୀ ୩୦ ଟଙ୍କାରେ ଆଳୁ କିଣିଲେ ସେହି ଠିକଣା ଦିଅନ୍ତୁ। ଆଳୁ କେଉଁ ଟ୍ରେନରେ ଆସୁଛି ତାହାର ଉତ୍ତର ଦିଅନ୍ତୁ। ଡବଲ ଇଞ୍ଜିନ୍ ସତ୍ବେ ରାଜ୍ୟରେ ଆଳୁ ଦର ବାରମ୍ବାର ନିୟନ୍ତ୍ରଣ ବାହାରକୁ ଯାଉଛି । ଡବଲ ଇଞ୍ଜିନ କ’ଣ ଟାଣି ପାରୁନି, ଖାଉଟିଙ୍କୁ ଶୋଷଣ କରାଯାଉଛି ବୋଲି କହି ମନ୍ତ୍ରୀଙ୍କୁ ପ୍ରଶ୍ନ କାଠଗଡାକୁ ଟାଣିଛି ବିଜେଡି ।

ଏହା ସହ ବିରୋଧି ଦଳ ନେତା ଆଳୁ ପ୍ରସଙ୍ଗରେ ଯୋଗଣ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି କହିଛନ୍ତି । ବିରୋଧୀ କହିଛି ଆଳୁ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଉତ୍ତର ପ୍ରଦେଶରୁ ଯେଉଁ ଆଳୁ ଆସୁଛି, ସେଥିରେ ଗୋଟିଏ ପ୍ୟାକେଟ ୮ କିଲୋ ପଚା ଆଳୁ ଆସୁଛି । ଆଳୁ ଦର ନିୟନ୍ତ୍ରଣ ପାଇଁ କାହାକୁ ଚିଠି ଲେଖିଛନ୍ତି ? ସ୍ପଷ୍ଟୀକରଣ ଦିଅନ୍ତୁ ସରକାର ? ରାଜ୍ୟ ସରକାର କାହା ସହ ଆଲୋଚନା କରୁଛନ୍ତି ତାହା କୁହନ୍ତୁ ବୋଲି କହିଛନ୍ତି ବିରୋଧି ନେତା ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *