ପରଲୋକରେ ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ।ଦୀର୍ଘ ସମୟ ଧରି ରୋଗଗ୍ରସ୍ତ ଥିବା ରୋମାନ କ୍ୟାଥଲିକ ଚର୍ଚ୍ଚର ପ୍ରମୁଖ ପୋପ ଫ୍ରାନସିସଙ୍କ ପରଲୋକ ଘଟିଛି । ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସୋମବାର ଭେଟିକାନ ଚର୍ଚ୍ଚ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ସକାଳ ୭ଟା ୩୫ ମିନି୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକରେ କ୍ୟାଥଲିକ ସମାଜରେ ଶୋକର ଲହରି ଖେଳି ଯାଇଛି ।

୨୦୧୩ରେ ପୋପ ବେନେଡିକ୍ସ ଷୋଡ଼ଶ ଏହି ପବିତ୍ର ପଦବୀରୁ ଇସ୍ତଫା ଦେବା ପରେ ଜର୍ଜ ମାରିଓ ବର୍ଗୋଗ୍ଲିଓ(ପୋପ ଫ୍ରାନସିସ) ୨୬୬ ତମ ପୋପ ଭାବେ ମନୋନୀତ ହୋଇଥିଲେ। ଫ୍ରାନସିସଙ୍କୁ ଚଳିତବର୍ଷ ଫେବୃଆରୀ ୧୪ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସ ସୁଧାର ଆସି ନ ଥିଲା । ପୋପ ଫ୍ରାନସିସ ଡବଲ ନିମୋନିଆ କାରଣରୁ ପ୍ରାୟ ୩୮ ଦିନ ହସ୍ପିଟାଲରେ ଥିଲେ ।

Leave a Reply

Your email address will not be published. Required fields are marked *