ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ। ହିନ୍ଦୋଳ ବାହାଲୁଣ୍ଡା ବୁଥ ନଂ ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହିନ୍ଦୋଳ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି।

ସୁଚନାମୂତବକ, ମତଦାନ କେନ୍ଦ୍ରରେ ଅଂଶୁଘାତରେ ଜଣେ ବିଜେପି ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ବାହାଲୁଣ୍ଡା ଗାଁର ଶୁକଦେବ ପଟ୍ଟନାୟକ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା କ୍ଷେତ୍ର ନୂଆବଗ ପଞ୍ଚାୟତ ବାହାଲୁଣ୍ଡା ଗାଁ ୧୩୬ ନମ୍ବର ବୁଥରେ ବିଜେପି ଏଜେଣ୍ଟ ଭାବରେ ସେ କାର୍ଯ୍ୟରତ ଥିଲେ। ସକାଳ ସାଢ଼େ ୯ଟା ସମୟରେ ଭୋଟ କେନ୍ଦ୍ରରେ ସେ ହଠାତ ଅଂଶୁଘାତରେ ଖସି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ରେ ହିନ୍ଦୋଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *